କାନାଡ଼ାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୪/୧୧ : କାନାଡ଼ାର ବ୍ରାମ୍ପଟନସ୍ଥିତ ହିନ୍ଦୁ ମହାସଭା ମନ୍ଦିର ଉପରେ ଆକ୍ରମଣ ହୋଇଛି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସେଠାକାର ଖଲିସ୍ତାନୀ ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀମାନେ ନିସ୍ତୁକ ମାଡ଼ ମାରିଛନ୍ତି। ଆକ୍ରମଣରୁ ମହିଳା ଏବଂ ଶିଶୁମାନଙ୍କୁ ମଧ୍ୟ ସେମାନେ ବାଦ୍ ଦେଇନାହାନ୍ତି। ଏହା ସହିତ ଖଲିସ୍ତାନୀ ସଂଗଠନ ପତାକା ଉଡ଼ାଇଛନ୍ତି। ଏହି ଘଟଣାରେ ସେଠାକାର ପୁଲିସ ୩ ଜଣଙ୍କୁ ଗିରଫ କରିଛି।
ଅନ୍ୟପଟେ ଭାରତ ଏହି ଘଟଣାର ଦୃଢ଼ ନିନ୍ଦା କରିଛି। ଏହା ଅତ୍ୟନ୍ତ କ୍ଷୁବ୍ଧ କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧିର ଜୟସଓ୍ବାଲ କହିଛନ୍ତି। କାନାଡ଼ା ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୂଜାସ୍ଥଳଗୁଡ଼ିକର ନିରାପତ୍ତାକୁ ନିଶ୍ଚିତ କରନ୍ତୁ ବୋଲି ଜୟସଓ୍ବାଲ ଦାବି କରିଛନ୍ତି।