ହଷ୍ଟେଲରେ ୬ଷ୍ଠ ଶ୍ରେଣୀ ଛାତ୍ରକୁ ରାଗିଙ୍ଗ; ବ୍ଲେଡରେ କାଟିଲେ କ୍ଷତ ସ୍ଥାନରେ ଲୁଣ ମାରିଲେ

ହଷ୍ଟେଲରେ ୬ଷ୍ଠ ଶ୍ରେଣୀ ଛାତ୍ରକୁ ରାଗିଙ୍ଗ; ବ୍ଲେଡରେ କାଟିଲେ କ୍ଷତ ସ୍ଥାନରେ ଲୁଣ ମାରିଲେ

ଖୁଣ୍ଟା, /୪ : ମୟୂରଭଞ୍ଜ ଖୁଣ୍ଟା ବ୍ଲକ ବାସିପିଠା ଏସଏସଡି ହାଇସ୍କୁଲରେ ଜଣେ ଛାତ୍ରଙ୍କୁ ରାଗିଙ୍ଗର ଶୀକାର ହେବାକୁ ପଡ଼ିଥିବା ନେଇ ଖୁଣ୍ଟା ଥାନାରେ ରାଗିଙ୍ଗରେ ଶିକାର ହୋଇଥିବା ଛାତ୍ରର ବାପା ଅଭିଯୋଗ କରିଛନ୍ତି । ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁ କରିଛି।

ପ୍ରକାଶ ଯେ, ବାରିପଦା ଭୁଗୁଡାକଟା ଅଞ୍ଚଳର ମନରଞ୍ଜନ ବେହେରାଙ୍କ ପୁଅ ବାସିପିଠା ଏସଏସଡ଼ି ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀର ଛାତ୍ର ଭାବେ ବିଦ୍ୟାଳୟର ହଷ୍ଟେଲରେ ରହି ପଢ଼ି ଆସୁଥିଲେ । ତେବେ ଗତ ଫେବୃୟାରୀ ୧୪ ତାରିଖ ମାସରେ ଉକ୍ତ ହଷ୍ଟେଲରେ ରହୁଥିବା କିଛି ୯ମ ଶ୍ରେଣୀର କିଛି ଛାତ୍ର ରାତ୍ରୀ ସମୟରେ ଛାତ ଉପରେ ମଦ ପିଉଥିବା ଦେଖିଥିଲେ । ଯାହାର ସୁରାକ ମଦ୍ୟପାନ କରୁଥିବା ୯ ମ ଶ୍ରେଣୀର ଛାତ୍ରମାନେ କୌଣସି ସୂତ୍ରରୁ ଜାଣିପାରଥିଲେ ।

ଏହାକୁ ନେଇ ଫେବୃଆରୀ ୧୫ ତାରିଖ ବିଦ୍ୟାଳୟ ଛୁଟି ହେବା ପରେ ନବମ ଶ୍ରେଣୀ ଛାତ୍ରମାନେ ଉକ୍ତ ୬ଷ୍ଠ ଶ୍ରେଣୀର ଛାତ୍ରକୁ ଡ଼କାଇବା ସହ ଏକ କୋଠରୀ ଭିତରେ ଅଟକ ରଖି ତାଙ୍କୁ ଲୁହା ରଡ଼ରେ ମାଡ଼ ମାରିବା ସଙ୍ଗେ ସଙ୍ଗେ ତାଙ୍କ ହାତକୁ  ବ୍ଲେଡରେ କାଟିଥିଲେ । ଏବଂ କଟା ଯାଇଥିବା ସ୍ଥାନରେ ଲୁଣ ମାରି ନିର୍ଯାତନା ଦେଇଥିଲେ । ଏପରିକି ଏ ଘଟଣା ସଂପର୍କରେ ଅନ୍ୟ କହା ଠାରେ ପ୍ରକାଶ କଲେ  ଛୁରୀ ଦେଖାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଭୟଭୀତ ହୋଇ ଛାତ୍ର ଜଣକ ତାଙ୍କ ଉପରେ ହୋଇଥିବା ନିର୍ଯାତନା ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ସଂପୃକ୍ତ  ଛାତ୍ରର ବାପା ମନରଞ୍ଜନ ଏ ସମ୍ପର୍କରେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାବେଳେ ପୋଲିସ ପକ୍ଷରୁ କେସ୍ ନମ୍ବର ୧୦୭/ ୨୫ରେ ଏକ ମାମଲା ରୁଜ କରାଯିବା ସହ ଖୁଣ୍ଟା ଥାନା ଆଇଆଇସି ପଞ୍ଚାନନ ମହାନ୍ତି ଗୁରୁବାର ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଫେରିଥିବା ଜଣାଯାଇଛି । ଉଲେଖ ଥାଉକି, ଗତ ଫେବୃୟାରୀ ମାସରେ ଉକ୍ତ ବିଦ୍ୟାଳୟର କେତେକ ଛାତ୍ର ବିଦ୍ୟାଳୟ ପାଚେରୀ ଡେଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ଯାଇଥିବା ଘଟଣା ସେ ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା l ତେବେ ଏହି ଘଟଣାରେ ନେତୃତ୍ଵ ନେଉଥିବା କିଛି ପିଲା ମାଡ଼ ମରା ଘଟାଇ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିପ୍ତିକାନ୍ତ ଜେନା ପ୍ରକାଶ କରିଛନ୍ତି l ସେହିପରି ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ସଂପର୍କରେ ପିଡ଼ିତ ଛାତ୍ର ଜଣକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାନଥିବା ପ୍ରଧାନଶିକ୍ଷକ ଶ୍ରୀ ଜେନା ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରିଛନ୍ତି ।