ସିନେମା ପ୍ରେମୀ ଦିବସ : ମାତ୍ର ୯୯ଟଙ୍କାରେ ଦେଖିପାରିବେ ଫିଲ୍ମ

ନୂଆଦିଲ୍ଲୀ,୩୦/୫ : ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ମାତ୍ର ୯୯ଟଙ୍କାରେ ଦେଖିପାରିବେ ଫିଲ୍ମ । ମଲ୍ଟିପ୍ଲେକ୍ସ ଆସୋସିଏଶନ ଅଫ ଇଣ୍ଡିଆ (ଏମଏଆଇ) ଏହି ଘୋଷଣା କରିଛି । ସିନେମା ପ୍ରେମୀ ଦିବସ ପାଳନ ଲାଗି ୩୧ମଇରେ ପୂରା ଭାରତରେ ଫିଲ୍ମ ହଲରେ ସିନେମା ଟିକେଟର ମୂଲ୍ୟରେ ହ୍ରାସ ପାଇଛି ।
ଏହି କ୍ରମରେ ମଲ୍ଟିପ୍ଲେକ୍ସ ଏବଂ ସିଙ୍ଗଲ ସ୍କ୍ରିନ ଉଭୟେ ଭାଗ ନେଉଛନ୍ତି । ଯାହା ମାଧ୍ୟମରେ ଦେଶ ସାରା ୪୦୦୦ସ୍କ୍ରିନରେ ଟିକଟର ମୂଲ୍ୟ ୯୯ଟଙ୍କା ରହିବ । ଏହି ମଲ୍ଟିପ୍ଲେକ୍ସ ଚେନରେ ପିଭିଆର ଆଇନକ୍ସ, ସିନେପଲିସ ଇଣ୍ଡିଆ, ମିରାଜ ସିନେମା, ମୁଲ୍ତା ଏ୨ ଏବଂ ମୁଭିମେକ୍ସ ସାମିଲ ଅଛି । ଏହି ପଦକ୍ଷେପ ଭାରତରେ ମାର୍ଚ୍ଚ ମାସରେ ଫିଲ୍ମ ବ୍ୟବସାୟରେ ଧିମା ଦେଖାଦେବା ପରେ ଉଠାଯାଇଛି । ହିନ୍ଦୀ ଏବଂ ଅନ୍ୟ ଭାଷାର ଫିଲ୍ମ ଦର୍ଶକଙ୍କୁ ଫିଲ୍ମ ହଲ୍ ପର୍ଯ୍ୟନ୍ତ ଟାଣିବାକୁ ବିଫଳ ରହିଛି । ଏହାପରେ ବି ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଯୋଗୁଁ ଟିକେଟ ବିକ୍ରି କମ୍ ହୋଇଯାଇଛି । ଯେଉଁଥିପାଇଁ ମନୋରଞ୍ଜନ ଶିଳ୍ପର ସ୍ଥିତି ଆହୁରି ଖରାପ ହୋଇଯାଇଛି । ମଲ୍ଟିପ୍ଲେକ୍ସ ଆସୋସିଏଶନ ଅଫ୍ ଇଣ୍ଡିଆ (ଏମଏଆଇ)ର ପ୍ରମୁଖ ଏବଂ ପିଭିଆର ଆଇନକ୍ସ ପିକ୍ଚର୍ସର ସିଇଓ କମଲ ଜ୍ଞାନଚନ୍ଦାନୀ ଅଫର୍ସର ଘୋଷଣା କରି ଏକ ବୟାନରେ କହିଛନ୍ତି କି, ଏହା ପ୍ରାୟ ୪୦୦୦ସ୍କ୍ରିନ ସହ ଏକ ବ୍ୟାପକ ପଦକ୍ଷେପ ଅଟେ । ଯେଉଁଠାରେ ପ୍ରତ୍ୟେକ ଫିଲ୍ମର ଟିକେଟ ୯୯ଟଙ୍କାରେ ଉପଲବ୍ଧ ହେବ ବୋଲି ବୟାନରେ ଲେଖାଯାଇଛି । କେତେକ ସିଙ୍ଗଲ୍ ସ୍କ୍ରିନ ୯୯ଟଙ୍କାରୁ କମ୍ ମୂଲ୍ୟରେ ଟିକେଟ ଉପଲବ୍ଧ କରିବେ, ଯାହା ୭୦ଟଙ୍କା ହୋଇପାରେ । ଏହି ଶୁକ୍ରବାର ଦର୍ଶକ ବହୁ ପ୍ରତିକ୍ଷୀତ ଗ୍ୟାଙ୍ଗ୍ସ ଅଫ ଗୋଦାବରୀ, ମିଷ୍ଟର ଏଣ୍ଡ ମେସେଜ ମାହୀ, ଛୋଟା ଭୀମ ଏବଂ ଦ କର୍ସ ଅଫ ଦମନର ଆନନ୍ଦ ସ୍ବଳ୍ପ ମୂଲ୍ୟରେ ନେଇପାରିବେ ।
ସିନେମା ଦିବସରେ ଅନଲାଇନ୍ ଟିକେଟ ଆପଣଙ୍କୁ ମିଳିପାରିବ ଏଥିଲାଗି BookMyShow, PayTM କିମ୍ବା Amazon Pay ଭଳି ଅନଲାଇନ ଆପରେ ଯିବାକୁ ହେବ । ଏହି ଅଫରରେ ଆଇଏମଏଏକ୍ସ ଏବଂ ରିକ୍ଲାଇନର ଭଳି ପ୍ରିମିୟମ ଫର୍ମାଟ ସାମିଲ ହୋଇନାହିଁ । ଏହାର ଅତିରିକ୍ତ ମୂଲ୍ୟରେ ସୁବିଧା ଶୁଳ୍କ ଏବଂ ଜିଏସଟି ସାମିଲ ହୋଇନାହିଁ । ଏହାକୁ ଅନଲାଇନ ବୁକିଂବେଳେ ଯୋଡ଼ା ଯିବ ।