ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶା କଳାକାରଙ୍କ ସ୍ବର ପରିବାର ମହାସଂଘ

ଭୁବନେଶ୍ବର, ୧୫/୭ : ଓଡିଶା କଳାକାରଙ୍କ ସ୍ବର ମହାସଂଘର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରବିବାର ଭେଟିଛନ୍ତି। ମହାସଂଘର ସେକ୍ରେଟି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ସହ ମହାସଂଘର ସଦସ୍ୟସଦସ୍ୟାମାନେ ଉପସ୍ଥିତ ଥିଲେ।
ଓଡିଶା କଳାକାରଙ୍କ ସ୍ବର ମହାସଂଘର ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବା ସହ ଲିଖିତ ଆକାରରେ ପ୍ରଦାନ କରିଥିଲେ। ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସଂଘର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ ।
ଜୁଲାଇ ୨୪ରେ କଳାକାର ଦିବସ ପାଳନ କରାଯାଉଛି। ଏଥିପାଇଁ ପ୍ରଥମ ଥର ପାଇଁ ବାର୍ଷିକ ପ୍ରତ୍ରିକା ପ୍ରକାଶିତ ହେବାକୁ ଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏକ ଶୁଭେଛା ବାର୍ତ୍ତା ମହାସଂଘ ପକ୍ଷରୁ ଆଶା କରାଯାଇଥିଲା।