ନିଜ କର୍ତ୍ତବ୍ୟ ସଠିକ ଭାବେ ତୁଲାଇଲେ ପ୍ରଗତି ସମ୍ଭବ : ବିଧାୟକ ଭାସ୍କର ମଢ଼େଇ

ଖୁଣ୍ଟା,୧୬/୮ : ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ପକ୍ଷରୁ ଖୁଣ୍ଟା ମିନିଷ୍ଟାଡିୟମଠାରେ ବ୍ଲକ ସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢ଼େଇ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିବା ସହ ମିଳିତ ପରେଡ଼ର ଅଭିଭାଦନ ଗ୍ରହଣ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ମଢ଼େଇ ସ୍ଵାଧିନତା ସଂଗ୍ରାମରେ ପ୍ରଣାବଳୀ ଦେଇଥିବା ମହାମୁନିସିମାନଙ୍କୁ ଶଦ୍ଧାଞ୍ଜଳି ଜଣାଇବା ସହ କଷ୍ଟ ଲବ୍ଧ ସ୍ଵାଧିନତାକୁ ମନେ ପକାଇ ଦେଶକୁ ଭଲ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ସୁଚାଇଥିଲେ ।
ସେହିପରି ସୈନିକମାନଙ୍କ ବଳିଦାନ ପାଇଁ ଦେଶ ଆଜି ସୁରକ୍ଷିତ । ନିଜ ନିଜର କର୍ତ୍ତବ୍ୟକୁ ସଠିକ୍ ଭାବେ ତୁଲାଇଲେ ଦେଶର ପ୍ରଗତି ସମ୍ଭବ । ଦେଶର ପ୍ରଗତିରେ ମହିଳା, ଯୁବକ, ଛାତ୍ରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ସରକାର ଏମାନଙ୍କ ବିକାଶ ପାଇଁ ସଂଙ୍କଳ୍ପବୋଧ ବୋଲି କହିଥିଲେ । ଏହି ଅବସରରେ ଅଞ୍ଚଳର ଦିବଙ୍ଗତ ସ୍ବାଧିନତା ସଂଗ୍ରାମୀମାନଙ୍କ ଦାୟଦଙ୍କ ସମେତ ମିଳିତ ପରେଡ଼ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ସିନିୟର ଗ୍ରୁପରୁ ଖୁଣ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟର ବାଳିକା ବର୍ଗ ଓ କନିଷ୍ଠ ବର୍ଗରୁ ଖୁଣ୍ଟା ବାଳିକା ଉଚ୍ଚବିଦ୍ୟାଳୟ ଟ୍ରୁପଙ୍କୁ ଅତିଥିଗଣ ପୂରସ୍କୃତ କରିଥିଲେ ।
ସେହିଭଳି ଦେଶାତ୍ମକବୋଧ ଉପରେ ଆଧାରିତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି କୃତ୍ତି ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଝୁଲଣା ବାର୍ଷାଳିଆ, ବିଡ଼ିଓ କରୁଣାକର ଧିନ୍ଦା, ଉପାଧ୍ୟକ୍ଷା ରଶ୍ମୀତା ଚୌଧୁରୀ, ସାନଖୁଣ୍ଟା ସରପଞ୍ଚ ସୁମୀ ହାଁସଦା, ସମିତି ସଭ୍ୟ ରଞ୍ଜନ ମହାନ୍ତି, ସହକାରୀ ଯନ୍ତ୍ରୀ ବିନୟଜ୍ୟୋତି ଲେଙ୍କା, ସୁବାସ ବୋଷ କ୍ଲବର ସଭାପତି ପ୍ରଣୟ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ ।