ସବୁ ବର୍ଗର ଜନସାଧାରଣଙ୍କ ସ୍ୱପ୍ନ, ଆଶା ଓ ଆକାଂକ୍ଷା ପୂରଣ କରିବ : ମୁଖ୍ୟମନ୍ତ୍ରୀ

ସବୁ ବର୍ଗର ଜନସାଧାରଣଙ୍କ ସ୍ୱପ୍ନ, ଆଶା ଓ ଆକାଂକ୍ଷା ପୂରଣ କରିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୦/୨ : ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ ହୋଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତବର୍ଷ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯାଇଛି। ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ବିବୃତ୍ତି ରଖିଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ସବୁ ବର୍ଗର ଜନସାଧାରଣଙ୍କ ସ୍ୱପ୍ନ, ଆଶା ଓ ଆକାଂକ୍ଷା ପୂରଣ କରିବା ସହ ରାଜ୍ୟକୁ ବିକାଶର ଗତିପଥରେ ତ୍ଵରିତ ବେଗରେ ଅଗ୍ରସର କରାଇବା ଦିଗରେ ସହାୟକ ହେବ । 

ଏହି ବଜେଟ୍ କେବଳ ଆଗାମୀ ବର୍ଷର ଆୟ–ବ୍ୟୟର ହିସାବ ନୁହେଁ; ଏହା ଏକ ସମୃଦ୍ଧ, ସଶକ୍ତ ଏବଂ ସମାବେଶୀ ଓଡ଼ିଶା ଗଠନ ଦିଗରେ ଏକ ସୁଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପ ଅଟେ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।