ନବୀନଙ୍କ ପାଇଁ କାନ୍ଦିଲେ ଏଲିନା, ଭିଡ଼ିଓ ଭାଇରାଲ

ଭୁବନେଶ୍ବର,୭/୬ : ଓଡ଼ିଆ ଅଭିନେତ୍ରୀଙ୍କ ଏଲିନା ଦାଶଙ୍କ ଭିଡ଼ିଓ ଭାଇରାଲ । ଭିଡିଓଟି ମୋବାଇଲ୍ରୁ ମୋବାଇଲ୍ ଘୁରି ବୁଲୁଛି । ଭାଇରାଲ୍ ଭିଡିଓରେ ସେ କାନ୍ଦି କାନ୍ଦି ନିଜ ମନର କଥା କହୁଛନ୍ତି ।
ଭାଇରାଲ୍ ଭିଡିଓରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କୁ ସାର୍ ବୋଲି ସମ୍ୱୋଧନ କରୁଛନ୍ତି। ଆଉ କହୁଛନ୍ତି, ସାର୍, ୨୫ ବର୍ଷ ଯାତ୍ରାରେ ପ୍ରଥମର ପାଇଁ ଆପଣଙ୍କ ପରାଜୟ ଦେଖିବାକୁ ମିଳିଛି । ଏଥିରେ ଆପଣଙ୍କର କିଛି ଭୁଲ୍ ନାହିଁ। କିଛି କୁଚକ୍ରୀ ଲୋକଙ୍କ ପାଇଁ ଆଜି ଦଳ ବୁଡ଼ିଗଲା। ଆଉ ଆପଣଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଲା। ମୋ’ ବାପା ଯେଉଁଦିନ ଯାଇଥିଲେ, ତା’ପର ଦିନ ମୋତେ ଯେମିତି ଲାଗୁଥିଲା, ଆଜି ଆପଣଙ୍କ ଇସ୍ତଫା ଭିଡିଓ ଦେଖିକି ମୋତେ ଆହୁରି ବେଶୀ କଷ୍ଟ ଦେଉଛି। କଷ୍ଟ ହେଉନି ବିଜେଡି ହାରିଗଲା, ୨୫ ବର୍ଷ ଧରି ଅନ୍ୟ ଦଳମାନେ ହାରୁଥିଲେ। କ୍ଷମତାରେ ନଥାଇ ସେମାନେ ଦଳ ପାଇଁ କାମ କରୁଥିଲେ। ଆଜି ଆମ ପାଇଁ ସେହି ପରିସ୍ଥିତି ଆସିଛି।
ଆଉ ଆମେ ତାକୁ ବହୁ ଭଲରେ ଗ୍ରହଣ କରୁଛୁ। କିନ୍ତୁ ଆପଣ ଯେ ରାତି ପାହିଲେ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି, ସେଟାକୁ ମୁଁ କ’ଣ ସାରା ଓଡ଼ିଶାବାସୀ ଏବଂ ସାରା ପୃଥିବୀରେ ଥିବା ପ୍ରତ୍ୟେକ ଓଡ଼ିଆ ଆଜି କାନ୍ଦୁଛି ଆପଣଙ୍କ ପାଇଁ । ସାର୍ ଆପଣ ଅପ୍ରତିଦ୍ବନ୍ଦୀ ଆପଣଙ୍କର କେହି ସମକକ୍ଷ ନାହାନ୍ତି । ଆମେ ସବୁବେଳେ ଚାହିଁଥିଲୁ ଆପଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇକି ରୁହନ୍ତୁ । ଆଜି ଖାଲି ବିଜୁ ଜନତା ଦଳର କର୍ମୀ ନୁହ ଅନ୍ୟ ଦଳର ପ୍ରତ୍ୟେକଟି ନେତା ପ୍ରତ୍ୟେକଟି କର୍ମୀ କେଉଁଠି ନା କେଉଁଠି ନିଶ୍ଚୟ ମନ ଆପଣଙ୍କ ପାଇଁ ଦୁଃଖ କରୁଛନ୍ତି ବୋଲି କହିଛନ୍ତି ଏଲିନା l
https://www.facebook.com/share/v/mrob3guZf6exNGEC/?mibextid=oFDknk ।