ରାଜନୀତି ଛାଡ଼ିଲେ ପାଣ୍ଡିଆନ

ଭୁବନେଶ୍ବର, ୯/୬ : ରାଜନୀତି ଛାଡିଲେ ପାଣ୍ଡିଆନ । ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ଭିକେ ପାଣ୍ଡିଆନ । ଏକ ଭିଡିଓ ବାର୍ତ୍ତା ଜରିଆରେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିବା ସହ ବିଜେଡିର ପରାଜୟ ପାଇଁ କ୍ଷମା ମାଗିଛନ୍ତି । ଏହା ସହ ସେ ଦଳୀୟକର୍ମୀଙ୍କ ନିକଟରେ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି ।
https://youtu.be/byzsXHgcj_Q?si=yhxls_KWLdW8Q20s
ଓଡ଼ିଶାରେ ନିଜ କାର୍ଯ୍ୟ ଓ ଦଳରେ ନିଜ ଅନୁଭୂତି ବଖାଣିଛନ୍ତି । ପିଲାଟି ଦିନରୁ ଲୋକଙ୍କ ସେବା କରିବା ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି । ମହାପ୍ରଭୁଙ୍କ କୃପାରୁ ଲୋକଙ୍କ ସେବା କରିବାରେ ସଫଳ ହୋଇଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି । କେନ୍ଦ୍ରାପଡ଼ାରେ ପରିବାର ଥିବାରୁ ସେ ଓଡ଼ିଶା ଆସିଲେ । ଧର୍ମଗଡ଼, ରାଉରକେଲା, ମୟୂରଭଞ୍ଜ, ଗଞ୍ଜାମରେ କାମ କଲେ । ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ତାଙ୍କ ସହ କାମ କରିଥିଲେ। ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦିନରାତି ପରିଶ୍ରମ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ, ମନ୍ଦିର ପୁନରୁଦ୍ଧାର, ଯୁବଛାତ୍ରଙ୍କ ପାଇଁ କାମ କରୁଥିଲି ବୋଲି ସେ କହିଛନ୍ତି ।