ଖୁଣ୍ଟା ସିଏଚସି ପକ୍ଷରୁ ଯକ୍ଷ୍ମା ଟୀକାକରଣର ଶୁଭାରମ୍ଭ : ୧୩ ହଜାରରୁ ଊର୍ଦ୍ଧ୍ବ ଟିକା ପ୍ରଦାନର ଲକ୍ଷ ଧାର୍ଯ୍ୟ

ଖୁଣ୍ଟା ସିଏଚସି ପକ୍ଷରୁ ଯକ୍ଷ୍ମା ଟୀକାକରଣର ଶୁଭାରମ୍ଭ : ୧୩ ହଜାରରୁ ଊର୍ଦ୍ଧ୍ବ ଟିକା ପ୍ରଦାନର ଲକ୍ଷ ଧାର୍ଯ୍ୟ

ଖୁଣ୍ଟା , / ୯ : ଗୋପବନ୍ଧୁ ନଗର ବ୍ଲକ ଅଧିନ ଖୁଣ୍ଟା ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଯକ୍ଷ୍ମା ରୋଗରୁ ସୁରକ୍ଷା ପାଇଁ  ବିସିଜି ଟିକାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଚିକିତ୍ସା କେନ୍ଦ୍ର ପରିସରରେ ଡ଼ା. ସାକିଲା ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢ଼େଇ ଯୋଗଦେଇ ଟିକା କରଣ ଅଭିଯାନ ଓ ସଚେତନତା ରଥର ଶୁଭାରମ୍ଭ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଝୁଲଣା ବାରସାଳିଆ, ବିଡ଼ିଓ କରୁଣାକର ଧିନ୍ଦା , ଡ଼ା. ପ୍ରଦୀପ ବିନ୍ଧାଣୀ , ଡ଼ା. ପ୍ରକାଶ ସାହୁ , ସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସତ୍ୟଜିତ ଦାସ , ବିପିଏମ ଅନୁଭବ ପଟ୍ଟନାୟକ ଙ୍କ ସମେତ ଯକ୍ଷ୍ମା ରୋଗ ସୁପରଭାଇଜର ଭବେଶ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।

ଯକ୍ଷ୍ମା ମୁକ୍ତ ଭାରତ ଗଠନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏହାକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି ବିଧାୟକ ଶ୍ରୀ ମଢ଼େଇ ସୁଚାଇଥିଲେ    ୨୦ ଦିନ ଧରି ଚାଲୁରହିବାକୁ ଥିବା ଏହି ଟିକାକରଣ ଅଭିଯାନ ମାଧ୍ୟମରେ ୫ବର୍ଷ ମଧ୍ୟରେ ଯକ୍ଷ୍ମା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା, ମଧୁମେହ ରୋଗୀ, ଧୃମପାନ କରୁଥିବା, ୬୦ ବର୍ଷରୁ ଊର୍ଦ୍ଧ୍ବ ଇତ୍ୟାଦି ୬ପ୍ରକାରର ବ୍ୟକ୍ତିମାନଙ୍କୁ ଟିକା ପ୍ରଦାନ କରାଯିବ ।  ସେହିପରି ଏହି ଅଭିଯାନ ମାଧ୍ୟରେ ୧୮ ଗୋଟି ସ୍ଵାସ୍ଥ୍ୟ ଉପକେନ୍ଦ୍ର ମାଧ୍ୟମରେ ସପ୍ତାହର ସୋମ, ମଙ୍ଗଳ, ଗୁରୁ ଓ ଶୁକ୍ରବାର ଦିନ ମାନଙ୍କରେ ପ୍ରଦାନ କରାଯିବାକୁ ଥିବାବେଳେ ମୋଟ ୧୩ହଜାର ୯୯୦ଜଣ ବିଭିନ୍ନ ବର୍ଗର ଲୋକଙ୍କୁ ଏହା ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି l ଏଥିପ୍ରତି ଜନ ସଚେନତା ସୃଷ୍ଟି ପାଇଁ ଏକ ସଚେତନତା ରଥ ବିଭିନ୍ନ ଗ୍ରାମକୁ ଗ୍ରାମ ବୁଲି ଲୋକଙ୍କୁ ସଚେତନତା ସୃଷ୍ଟି କରିବ ବୋଲି ବିପିଏମ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।