ଖୁଣ୍ଟା ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଖୁଣ୍ଟା, ୨/୧୧ : ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଅଧିନସ୍ଥ ଖୁଣ୍ଟା କ୍ରିକେଟ ଆସେସିଏସନ ଆନୁକୁଲ୍ୟରେ ହାଇସ୍କୁଲ ପଡ଼ିଆରେ ୧୦ ମ ସଂସ୍କରଣ ଖୁଣ୍ଟା ପ୍ରିମିୟର ଲିଗ୍ (କେପିଏଲ ) କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଅତିଥି ଭାବେ ଖଗେଶ୍ଵର ମଢ଼ୁଆଳ ଯୋଗଦେଇ ଉଦଘାଟନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଏହି ଉଦଘାଟନୀ ଉତ୍ସବରେ ଫ୍ରାଞ୍ଜାଇଜ ଟିମର ମାଲିମାନେ ଉପସ୍ଥିତ ଥିଲେ । ୧୧ ଦିନ ଧରି ଚାଲୁ ରହିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ କ୍ରେଜି ଏକାଦଶ, ଜିତ ଏକାଦଶ, କେ .ପି ୱାରିୟର, ମହାବୀର ଫାଇଟର, ଧାନଘେରା ସୁପର କିଂ ଓ ପ୍ରମିଳା ଷ୍ଟ୍ରାଇକର ଆଦି ୬ଟି ପ୍ରାଞ୍ଚାଇଜ ଟିମ୍ ଅଂଶଗ୍ରହଣ କରିବାକୁ ଥିବାବେଳେ ଉଦଘାଟନୀ ମ୍ୟାଚ ଟି କ୍ରେଜି ଏକାଦଶ ଓ କେପି ୱାରିୟର ମଧ୍ୟରେ ହୋଇଥିଲା ।
କ୍ରେଜି ଏକାଦଶ ଟସ ଜିଣି ଫିଲଡ଼ିଙ୍ଗ ନିଷ୍ପତ୍ତି ନେଇ ଥିଲା । ୧୫ ଓଭର ବିଶିଷ୍ଟ ଏହି ମ୍ୟାଚ଼ରେ କେପି ୱାରିୟର ୩ ଓ୍ବିକେଟ ବିନିମୟରେ ୧୫୫ ରନ ସଂଗ୍ରହ କରିଥିବାବେଳେ ଅପରପକ୍ଷ କ୍ରେଜି ଏକାଦଶ ୯ ଓ୍ବିକେଟ ବିନିମୟରେ ୧୨୬ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ।