ଓଡ଼ିଆ ଫିଲ୍ମ ‘କର୍ମ’ର ସୁଟିଂ ଆରମ୍ଭ

ଭୁବନେଶ୍ବର,୧୬/୭ : ଓଡ଼ିଆ ଫିଲ୍ମ ‘କର୍ମ’ର ସୁଟିଂ ଆରମ୍ଭ । ପ୍ରଥମ ଥର ପାଇଁ ଅନୁପମ ପଟ୍ଟନାୟକ ଏବଂ ଅନୁଭବ ମହାନ୍ତି ଯୋଡ଼ି ଏଥିରେ କାମ କରୁଛନ୍ତି । ଆଗାମୀ ଦଶହରାରେ ଏହା ଫ୍ଲୋରକୁ ଆସିବ ବୋଲି ଜଣାପଡ଼ିଛି । ଏହାର ସୁଟିଂ ବର୍ତ୍ତମାନ ଚାଲୁ ରହିଛି । ଭୁବନେଶ୍ବର ଏବଂ କଟକର କିଛି ସ୍ଥାନରେ ଏହାର ସୁଟିଂ ଚାଲିଛି । ଦର୍ଶକଙ୍କ ମହଲରେ ଏହି ବିଗ୍ ଷ୍ଟାରର ଫିଲ୍ମକୁ ନେଇ ଏବେଠୁ ଉୁତ୍ସୁକତା ଦେଖାଦେଇଛି ।
ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ପ୍ରତିଟି ଫିଲ୍ମ ଦର୍ଶକଙ୍କ ମନ ଛୁଆଁ ହୋଇପାରିଛି । ବିଗତ ଦିନରେ ରିଲିଜ ହୋଇଥିବା ’୩କନ୍ୟା’ ଏହାର ଜ୍ବଳନ୍ତ ଉଦାହରଣ । ତା’ପୂର୍ବରୁ ଫିଲ୍ମ ‘ପ୍ରତୀକ୍ଷା’ ହେଉ କିମ୍ବା ଓ୍ବେବ ସିରିଜ ‘ଗ୍ୟାଙ୍ଗ୍ସ ଅଫ ପୁରୀ’ରେ ତାଙ୍କର ବଳିଷ୍ଠ ନିର୍ଦ୍ଦେଶନା ଓଡ଼ିଆ ସିନେ ଦର୍ଶକଙ୍କୁ ଏକ ନୂଆ ଫିଲିଂଙ୍ଗ୍ସ ଦେଇଛି । କର୍ମରେ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ସେ ପ୍ରଥମ ଥର କାମ କରୁଛନ୍ତି । ଅମୀୟ ପଟ୍ଟନାୟକ ପ୍ରଡ଼କ୍ସନରେ ନିର୍ମାଣ ହେଉଛି ଏହି ଫିଲ୍ମ ।