ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ବର,୧/୫ : ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଅପରାହ୍ନ ୪ଟାରେ ବୋର୍ଡ଼ ଅଫିସ୍‌ରେ ପ୍ରକାଶ ପାଇବ ରେଜଲ୍ଟ । ସନ୍ଧ୍ୟା ୬ଟା ପରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ ।

www.bseodisha.ac.inରେ ଉପଲବ୍ଧ ହେବ ପରୀକ୍ଷା ଫଳ । ପ୍ରକାଶ ଯେ, ପୂର୍ବରୁ କୁହାଯାଇଥିଲା ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ହେଲେ ଆସନ୍ତାକାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଛି ।

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫେବୃଆରୀ ୨୧ ତାରିଖରେ ଆରମ୍ଭ ହୋଇ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ଖାତାଦେଖା ଆରମ୍ଭ ହୋଇଥିବା ବେଳେ ଠିକ୍ ସମୟରେ ହିଁ ଏହା ସରିଥିଲା । ଏହାରି ଭିତରେ ଆସନ୍ତାକାଲି ଅପରାହ୍ନରେ ରେଜଲ୍ଟ ପ୍ରକାଶ ପାଇବା ନେଇ କୁହାଯାଇଛି ।