ମେଧାବୀ ଛାତ୍ରଙ୍କୁ ଆଡ଼ମିସନ ପାଇଁ ସହାୟତା କଲେ ସମାଜସେବୀ ଡ଼ ଦୀପକ ପାଣ୍ଡେ

ମେଧାବୀ ଛାତ୍ରଙ୍କୁ ଆଡ଼ମିସନ ପାଇଁ ସହାୟତା କଲେ ସମାଜସେବୀ ଡ଼ ଦୀପକ ପାଣ୍ଡେ

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା), ୨୪/୭ : ସମ୍ବଲପୁରର ବିଶିଷ୍ଟ ସମାଜସେବୀ ତଥା ଜିଲ୍ଲା ରେଡକ୍ରସ ସୋସାଇଟି ଉପ ପୃଷ୍ଠପୋଷକ ଛତ୍ରପତି ଡ.ଦୀପକ ପାଣ୍ଡେ ସମ୍ବଲପୁର ସହର ଷ୍ଟେସନପଡ଼ାର ଜଣେ ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଙ୍କୁ ଜିଏମ ବିଶ୍ୱ ବିଦ୍ୟାଳୟରେ ଆଡ଼ମିସନ କରିବାରେ ସାହାଯ୍ୟର ହାତ ବଢ଼େଇଛନ୍ତି । ସମ୍ବଲପୁରର ଷ୍ଟେସନପଡାର ବାପ ଛେଉଣ୍ଡ ମେଧାବୀ ଛାତ୍ର ପ୍ରୀତ ହରିପାଲଙ୍କ ଅର୍ଥାଭାବ ଯୋଗୁଁ ଜିଏମୟୁରେ ନାମ ଲେଖାଇ ପାରୁନଥିଲେ।

ସମ୍ବଲପୁର ରେଡକ୍ରସ ପୃଷ୍ଠପୋଷକ ନିହାଲ ସିଂ ଛାତ୍ରଙ୍କ ବିଷୟରେ ଜାଣିବା ପରେ ସେବା ସ୍ବେଛାସେବୀ ଅନୁଷ୍ଠାନର ସଭାପତି ଛତ୍ରପତି ଡ. ଦୀପକ ପାଣ୍ଡେଙ୍କୁ ଏହି ବିଷୟରେ ଜଣାଇଥିଲେ । ଏହାପରେ ଶ୍ରୀ ପାଣ୍ଡେ ଛାତ୍ରଙ୍କୁ ଜିଲ୍ଲାପାଳଙ୍କ ଅଫିସ ନିକଟରେ ସାକ୍ଷାତ କରିବା ପରେ ତାଙ୍କ ବିଷୟରେ ଅବଗତ ସହ ନାମ ଲେଖାଇବାକୁ ଆବଶ୍ୟକୀୟ ଆର୍ଥିକ ସାହାଯ୍ୟ କରିଛନ୍ତି । ଏହି ସମୟରେ ତାଙ୍କ ସହ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ରଙ୍ଗବତୀ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ରେଡକ୍ରସ ଆଜୀବନ ସଦସ୍ୟ ବବଲୁ ଚାଆର, ଶିବ ମେହେର, ସୁଦୀପ୍ତ ମୁଖାର୍ଜୀ ଓ ପ୍ରେମ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ l