ଆପୁଙ୍କ ‘ଇ ମୋସନ୍‌ସ୍‌’

ଆପୁଙ୍କ ‘ଇ ମୋସନ୍‌ସ୍‌’

ଭୁବନେଶ୍ବର, ୬/୪ : ଓଡ଼ିଆ ସିନେମାର ଷ୍ଟାଇଲିସ୍ ନିର୍ଦ୍ଦେଶକ ଆପୁ କାନୁନ ଗୋ । ଅଳ୍ପ କାମ ପ୍ରଶଂସା ବେଶି । ଦର୍ଶକଙ୍କ ହୃଦୟରେ ଘର କରି ରହିଛନ୍ତି । କଥା କଥାରେ ସେ ଆଜି ବି ମନେ ପକାନ୍ତି ତାଙ୍କ ସମୟର ସିନେମା କଥା । କୁହନ୍ତି ଦର୍ଶକ ବ୍ଲାକରେ ଟିକେଟ କାଟି ଦେଖନ୍ତି ସିନେମା । ମାତ୍ର ଆଜି ଓଡ଼ିଆ ସିନେମାର ଟିକେଟ ଯାଚିଲେ ବି ଲୋକ ନାକ ଟେକୁଛନ୍ତି । ଦର୍ଶକ ଭଗବାନ । ସେ ଝାଳ ବୁହା ଟଙ୍କାରେ ଆସି ସିନେମା ଦେଖନ୍ତି ।

ଦର୍ଶକ କୁମ୍ପିରେ ଟଙ୍କା ରଖନ୍ତି ସିନେମା ଦେଖନ୍ତି ଆସିବାକୁ । ମାଇଲି ମାଇଲି ଦୂରରୁ ଆସି ସିନେମା ହଲରେ ଟିକେଟ କାଟି ଦେଖନ୍ତି ସିନେମା । ମୋର ମନେ ଅଛି ପ୍ରଥମ ସିନେମା ମୋର ବହୁ ଲୋକପ୍ରିୟ ହୋଇଥିଲା । ସାତ ସୁରେ ବନ୍ଧା ଏ ଜୀବନ ଆଜି ବି ଦର୍ଶକଙ୍କ ହୃଦୟରେ ଘର କରି ରହିଛି । ମାତ୍ର ଆଜି ସିନେମା କରିବାକୁ ଡର ଲାଗୁଛି ।

କାହିଁକି ଜାଣିନି ମାତ୍ର ମନରେ ଏକ ଭୟ ସଞ୍ଚାରି ଉଠୁଛି । ହୁଏତ ଭଗବାନ ଚାହୁଁନାହାନ୍ତି । ଏବେ ଇଣ୍ଡଷ୍ଟ୍ରିରେ ବହୁ ଭଲ ଭଲ କଳାକାର, ଟେକ୍ନିସିଆନ ପ୍ରମୁଖ ଆସିଲେଣି । ମୋର କାହିଁ ଆଜି ମନେ ହୁଏ ଆମେ ଯେତିକି ଟେକ୍ନୋଲୋଜିକୁ ଆପଣାଉଛେ ସେତିକି ଦର୍ଶକଙ୍କଠାରୁ ଦୂରଉଛେ । ଏହା ବହୁ ପରୀକ୍ଷାରୁ ଜଣାପଡ଼ିଛି ଆଜି ।

କିଛି ପ୍ରଶ୍ନରେ ସେ କୁହନ୍ତି ମୋର ଏବେ ବୋଧେ ସମୟ ଆସିନାହିଁ ସିନେମା କରିବାକୁ । ଯାହା ଅବସ୍ଥା ଏବେ ଇଣ୍ଡଷ୍ଟ୍ରିରେ କାହିଁକି ସିନେମା କରି ଅପମାନିତ ହେବୁ ତା’ଛଡ଼ା ଘରେ ବସି ନେଟଫ୍ଲିକ୍ସରେ ସିନେମା ଦେଖିବା ବହୁତ ଭଲ । 

ହିନ୍ଦୀ ସିନେମାରେ କାମ କରିବାକୁ ନେଇ ସେ କୁହନ୍ତି କି ସମସ୍ତଙ୍କର ସ୍ବପ୍ନ ଥାଏ ବଲିଉଡ଼ରେ କାମ କରିବାକୁ । ସେଠାରେ ବହୁତ କିଛି ଶିଖିବାକୁ ମିଳେ । ମୁଁ ସେଠାରେ ମଧ୍ୟ କାମ କରିଛି । ଆଗାମୀ ଦିନରେ ମୁଁ ମୋର ପ୍ରୋଜେକ୍ଟ କିଛି ରଖିଛି ସେଠାରେ କରିବି । ମୁଁ ଯଦି ମୋ କଥା କହିବି ନିଶ୍ଚିତ ଭାବେ ଆଗାମୀ ଦିନରେ ମୋର ଏକ ସିନେମା ଆସିବ ।

ଯାହାର କାମ ଚାଲିଛି । ଯାହାର ନାଁ ରହିଛି ‘ଇମୋସନ୍‌ସ୍‌’ । ରୋବଟ୍ ଓ ମଣିଷ ଭିତରେ କିଭଳି ଇମୋଶନ ଥାଏ ତାକୁ ଦେଖାଯାଇଛି । ଖୁବଶୀଘ୍ର ଏହାର ସୁଟିଂ କାମ ଆରମ୍ଭ ହେବ ।