୧୪ବର୍ଷ ପରେ ଓଡ଼ିଶା ଫିଲ୍ମ ଡିଷ୍ଟ୍ରିବ୍ୟୁସନର ନୂତନ କର୍ମକର୍ତ୍ତା ନିର୍ବାଚିତ

୧୪ବର୍ଷ ପରେ ଓଡ଼ିଶା ଫିଲ୍ମ ଡିଷ୍ଟ୍ରିବ୍ୟୁସନର ନୂତନ କର୍ମକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର,୩୧/୮ : ଓଡିଶା ଫିଲ୍ମ ଡିଷ୍ଟ୍ରିବ୍ୟୁସନ ସୋସାଇଟିର ଦୀର୍ଘ ୧୪ବର୍ଷ ପରେ UCCC କ୍ୟାମ୍ପସ, ତଳ ତେଲେଙ୍ଗା ବଜାର, କଟକଠାରେ ନିର୍ବାଚନ ହୋଇଥିଲା । ଏଥିରେ ପ୍ରଥମେ ସର୍ବ ସମ୍ମତିକ୍ରମେ ସଭାପତି ଅଶୋକ କୁମାର ନନ୍ଦ, ଉପସଭାପତି ଶ୍ରୀକାନ୍ତ ଦାସ (ଦୀପୁ), ଯୁଗ୍ମ ସମ୍ପାଦକ ଦେବାଶିଷ ମହାନ୍ତି ଏବଂ ଟ୍ରେଜରର ଶ୍ରୀଧର ମାର୍ଥା ନିର୍ବାଚିତ ହୋଇଥିଲେ ।

ପରବର୍ତ୍ତୀ ପର୍ୟ୍ୟା ୟରେ ସମ୍ପାଦକ ପଦବୀ ପାଇଁ ଜିତୁ ଖଣ୍ଡେଲୱାଲ ଏବଂ ସଚ୍ଚିକାନ୍ତ ଜେନାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା କ୍ଷ ସଚ୍ଚିକାନ୍ତ ଜେନା ସମ୍ପାଦକ ପଦବୀରେ ନିର୍ବାଚିତ ହୋଇଛନ୍ତି କ୍ଷ କାର୍ୟ୍ୟ ନିର୍ବାହୀ କମିଟିରେ ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରଶାନ୍ତ ବେହେରା, ମନୋଜ କୁମାର ମିଶ୍ର, ଅତୀଶ କୁମାର ରାଉତ, ପ୍ରଦୀପ୍ତ ପ୍ରକାଶ ଆଚାର୍ୟ୍ୟ ଏବଂଚକ୍ରଧର ଘଡେଇ ନିର୍ବାଚିତ ହୋଇଛନ୍ତି କ୍ଷ ସଚ୍ଚିକାନ୍ତ ସମ୍ପାଦକ ପଦବୀ ପାଇବା ପରେ ଦୀର୍ଘ ୧୪ ବର୍ଷ ଧରି ସୋସାଇଟିର ଯେଉଁସବୁ କାମ ଅଟକି ରହିଛି ସେସବୁ ଆଗକୁ କେମିତି ଉନ୍ନତି ହେବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଡିଷ୍ଟ୍ରିବ୍ୟୁସନରେ ସ୍ୱଚ୍ଛତା, ଭାଇଚାରା ଓ ସୁସମ୍ପର୍କ ସ୍ଥାପନା କୁ ନିଜର ପ୍ରଥମ ପ୍ରାଥମିକତା ବୋଲି ପ୍ରକାଶ କରିଥିଲେ କ୍ଷ ସୋସାଇଟି କର୍ମୀଙ୍କ ସହଯୋଗ ଯୋଗୁଁ UCCCର ପୁନଃରୁଦ୍ଧାର ହେବା ସହ ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିବାକୁ ଚେଷ୍ଟା କରିବେ ବୋଲି ସଚିକାନ୍ତ ଜେନା ପ୍ରକାଶ କରିଛନ୍ତି ।