ଆଇପିଏସ୍ ସ୍ତରରେ ଅଦଳବଦଳ ; ପୁରୀ ଏସ୍ପି ହେଲେ ପ୍ରତୀକ ସିଂହ

ଭୁବନେଶ୍ବର,୨୧/୮ : ବରିଷ୍ଠ ଆଇପିଏଏସ୍ ସ୍ତରରେ ଅଦଳବଦଳ । ରାଜ୍ୟ ସରକାର ୧୭ ଜଣ ଆଇପିଏସ୍ ଓ ଜଣେ ଓଏଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି କ୍ରମରେ ପୁରୀ ଏସ୍ପି ବଦଳି ହୋଇଛନ୍ତି । ପିନାକ ମିଶ୍ରଙ୍କ ସ୍ଥାନରେ ପ୍ରତୀକ ସିଂହଙ୍କୁ ନୂଆ ଦାୟିତ୍ବ ମିଳିଛି ।
ପିନାକ ମିଶ୍ର ପୋଲିସ ଇଷ୍ଟର୍ଣ୍ଣ ରେଞ୍ଜ ଡିଆଇଜି ନିଯୁକ୍ତ ହୋଇଥିବା ବେଳେ ସ୍ମିତ ପରମାରଙ୍କୁ କ୍ରାଇମବ୍ରାଞ୍ଚ ଏସପି ଦାୟିତ୍ବ ଦିଆଯାଇଛି । ସନ୍ତୋଷ ବାଲାଙ୍କୁ SFSL ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିବା ବେଳେ ରାଜ ପ୍ରସାଦଙ୍କୁ ସ୍ପେସାଲ ବ୍ରାଞ୍ଚ ଏସପି ଭାବେ ନିଯୁକ୍ତ କରାଯାଇଛି ।