ସମ୍ବଲପୁରରୁ ୧୦ଜଣିଆ ଅନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ୍ ଗିରଫ, ବିପୁଳ ମାତ୍ରାରେ ସୁନା ଜବତ

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା), ୨୪/୭ : ସମ୍ବଲପୁର ପୋଲିସକୁ ସଫଳତା l ଗୋଟିଏ ୧୦ଜାଣିଆଁ ଅନ୍ତଃ ଜିଲ୍ଲା ଡକାୟତି ଦଳକୁ ଧରିଛି ସମ୍ବଲପୁର ପୋଲିସ l ଏ ନେଇ ଆଜି ସମ୍ବଲପୁର ଏସପି ମୁକେଶ ଭାମୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି l
ଗିରଫ ଅଭିଯୁକ୍ତ ଡକାୟତମାନେ ହେଲେ ରେଙ୍ଗାଲି ଥାନା ଅଞ୍ଚଳର ମଦନ ସୁନ୍ଦର ଖଡିଆ, ସଞ୍ଜୟ ଖଡିଆ , ସୁଦର୍ଶନ ଖଡିଆ, ବୁଲୁ କନ୍ଧ, ସୁନୀଲ ମାଝୀ, ଅନୀଲ ମାଝୀ, ଭୁବନ ଲୁହୁରା, ସମ୍ବଲପୁର ବରେଇପାଲି ଅଞ୍ଚଳ ସଚିନ ଖଡିଆ, ବିକାଶ ଖଡିଆ, ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର ସ୍ୱରାଜ ମେହେର ଅଟନ୍ତି l
ଏମାନଙ୍କଠାରୁ ପୋଲିସ ୪୮୦ଗ୍ରାମ ସୁନା, ୧୬୫ଗ୍ରାମ ରୁପା, ନଗଦ ୫ ଲକ୍ଷ ୧୨ହଜାର ଟଙ୍କା, ବୋଲେରୋ ୨ ଗୋଟି, ଟ୍ରାକ୍ଟର ୨ ଗୋଟି, ୪ ଗୋଟି ମୋଟର ସାଇକେଲ, ଗୋଟିଏ ସ୍କୁଟି, ଭୁଜାଲି, ଛୁରୀ, ରାଶି, ଲୁହା ରଡ଼, ଲାଇଟ, ୧୧ଗୋଟି ମୋବାଇଲ ଫୋନ ଜବତ କରିଛି l ଏହି ଡକାୟତ ଦଳ ସୁନା ଓ ନଗଦ ଟଙ୍କା ଲୁଟିବା ଉଦ୍ଦେଶ୍ୟରେ ପେଟ୍ରୋଲ ପମ୍ପ, ଦେଶୀ ମଦ ଭାଟି ଓ ରାଇସ ମିଲ ଗୁଡିକୁ ଟାର୍ଗେଟ କରି ଆସୁଥିଲେl ଏହି ଦଳ ମୋଟ ୨୧ଗୋଟି ସ୍ଥାନରେ ଡକାୟତି କରିଥିବା ସୂଚନା ରହିଛି l