ଜନଗଣନା କର୍ମଚାରୀଙ୍କ ସୁରକ୍ଷା ଲାଗି ଆସିବ ଏସ୍ଓପି
ଭୁବନେଶ୍ଵର,୨୨/୪ : ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍ଓପି। ଏ ନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ ଡାକିଛନ୍ତି । ମନ୍ତ୍ରୀ କହିଛନ୍ତି ଘରକୁ ଘର ଯାଇ ଜନଗଣନା କରିବା ଏକ ଚ୍ୟାଲେଞ୍ଜ ।
ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଏକ ବଡ ସମସ୍ୟା ପାଲଟିଛି । ଏହାରି ମଧ୍ୟରେ କିଛି କର୍ମଚାରୀ ଅସୁସ୍ଥ ହେବାର ଖବର ଆସିଛି । ଏପରିକି ଜନଗଣନା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ମଧ୍ୟ ଆସିଛି । ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ ପାଲଟିଛି । ଯେଉଁଠି ଆକ୍ରମଣ ହୋଇଛି, ସେଠାରେ ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି । ଆକ୍ରମଣକାରୀ ପାତାଳରେ ଲୁଚିଲେ ବି ଖୋଜିକି ଆଣିବୁ।

Editor 


