ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭/୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌ ଖାଇଛି ବିଲ୍‌ । ସରକାରଙ୍କ ସପକ୍ଷରେ ଦୁଇ ତୃତୀୟାଂଶ ଭୋଟ ମିଳିନଥିବାରୁ ମହିଳା ସଂରକ୍ଷଣ ବିଲ କାଟ୍‌ ଖାଇଛି । କେବଳ ମହିଳା ସଂରକ୍ଷଣ ବିଲ୍‌ ନୁହେଁ, ଆଉ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଲ ବି ଦୁଇ ତୃତୀୟାଂଶ ସମର୍ଥନ ନପାଇ କାଟ୍‌ ଖାଇଛି । ମହିଳା ସଂରକ୍ଷଣ ବିଲ୍‌, ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ଏବଂ ସମ୍ବିଧାନ ସଂଶୋଧନ ବିଲ୍‌ କାଟ୍‌ ଖାଇଛି । ଦୁଇ ତୃତୀୟାଂଶ ଭୋଟ ନମିଳିବାରୁ ବିଲ୍‌ ପାସ୍ ହୋଇପାରିନି ।

ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନରେ, ମହିଳା ସଂରକ୍ଷଣ ସମ୍ପର୍କିତ ୧୩୧ତମ ସଂଶୋଧନ ବିଲ ଗୃହୀତ ହୋଇପାରିଲା ନାହିଁ। ଶୁକ୍ରବାର ସଂଧ୍ୟାରେ ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ସମ୍ପର୍କିତ ତିନୋଟି ବିଲ ଉପରେ ହୋଇଥିବା ଭୋଟିଂରେ କେବଳ ୨୯୮ ଭୋଟ ସପକ୍ଷରେ ପଡ଼ିଥିଲା। ବିଲ ଫେଲ୍‌ ମାରିବା ପରେ, ଲୋକ ସଭା ବାଚସ୍ପତି ଓମ ବିର୍ଲା ଘୋଷଣା କରିଥିଲେ ଯେ ସପକ୍ଷରେ ୨୯୮ ଏବଂ ବିପକ୍ଷରେ ୨୩୦ ଭୋଟ ପଡ଼ିଛି। ପ୍ରଥମ ପର୍ଯ୍ୟାୟରେ, ମୋଟ ୪୮୯ ଭୋଟ ପଡ଼ିଥିଲା, ଯାହା ସପକ୍ଷରେ ୨୭୮ ଏବଂ ବିପକ୍ଷରେ ୨୧୧ ଭୋଟ ଥିଲା। ଏହି ବିଲ ପାରିତ ହେବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା।