ସନ୍ଧ୍ୟା ୭ଟା ସୁଦ୍ଧା ପଶ୍ଚିମବଙ୍ଗରେ ୯୧.୪୬, ତାମିଲନାଡୁରେ ୮୪.୪୧ % ମତଦାନ

ସନ୍ଧ୍ୟା ୭ଟା ସୁଦ୍ଧା ପଶ୍ଚିମବଙ୍ଗରେ ୯୧.୪୬, ତାମିଲନାଡୁରେ ୮୪.୪୧ % ମତଦାନ

ନୂଆଦିଲ୍ଲୀ,୨୩/୪ : ଆଜି ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ମତଦାନ ହୋଇଛି । ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିଲା । ତାମିଲନାଡୁରେ ସମସ୍ତ ୨୩୪ଟି ନିର୍ବାଚନମଣ୍ଡଳୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା । 

ସନ୍ଧ୍ୟା ୬ଟାରେ ଆନୁଷ୍ଠାନିକ ଭାବେ ମତଦାନ ଶେଷ ହୋଇଥିଲା । ସମସ୍ତ ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଉଭୟ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଠୋର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଦୁଇ ରାଜ୍ୟରେ ବମ୍ପର ଭୋଟିଂ ହୋଇଛି । ସନ୍ଧ୍ୟା ୭ଟା ସୁଦ୍ଧା ପଶ୍ଚିମବଙ୍ଗରେ ୯୧.୪୬ ପ୍ରତିଶତ ଏବଂ ତାମିଲନାଡୁରେ ୮୪.୪୧ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ୯୦ ପ୍ରତିଶତ ଏବଂ ତାମିଲନାଡୁରେ ୮୨.୨୪ ପ୍ରତିଶତ ମତଦାନ ହୋଇଥିଲା।