ୱିଶ୍ ସାମାଜିକ ସେବା ଅନୁଷ୍ଠାନ ତରଫରୁ ସିଲେଇ ମେସିନ ବଣ୍ଟନ
ଭୁବନେଶ୍ବର,୨୧/୪ : ୱିଶ୍ ସାମାଜିକ ଅନୁଷ୍ଠାନ ତରଫରୁ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ଭୁବନେଶ୍ୱରସ୍ଥିତ ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ୭ଗୋଟି ସିଲେଇ ମେସିନ୍ ପ୍ରଦାନ କରାଯାଇଛି । ୱିଶ୍ ଅନୁଷ୍ଠାନର ଉଦ୍ଦେଶ୍ୟ ହେଉଛି ଏହି ଦିବ୍ୟାଙ୍ଗ ପିଲାମାନଙ୍କୁ ସ୍ୱାବଲମ୍ବୀ ଓ ସକ୍ଷମ କରାଇବା । ପିଲାମାନେ ସିଲେଇ ଶିକ୍ଷା କରି ଏହି ମେସିନ୍ ଦ୍ୱାରା ନିଜ ପୋଷାକ ତିଆରି କରିବା ସହିତ ଅନ୍ୟମାନଙ୍କ ପାଇଁ ତିଆରି କରି ନିଜେ ପଇସା ରୋଜଗାର କରିପାରିବେ ଏବଂ ସ୍ଵାବଲମ୍ବୀ ହୋଇପାରିବେ ।
ଏହି ସେବା କାର୍ଯ୍ୟକ୍ରମରେ ଆଜି ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ଵର ମେୟର ସୁଲୋଚନା ଦାସ। ୱିଶ୍ ଅନୁଷ୍ଠାନର ଫାଉଣ୍ଡର୍ ଡକ୍ଟର ଦେବଦତ୍ତ ସିଂହଦେଓ ଏବଂ ଅଧ୍ୟକ୍ଷା ଅନୁସୃତା ସିଂହଦେଓ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ବୟୋଜ୍ୟେଷ୍ଠା ସମାଜ ସେବୀ ସରୋଜିନୀ ସାମନ୍ତଙ୍କୁ ୱିଶ୍ ଅନୁଷ୍ଠାନ ତରଫରୁ "ସେବାଶ୍ରୀ ସମ୍ମାନ"ରେ ସମ୍ମାନିତ କରାଯାଇଥିଲା। ୱିଶର ଉପାଧ୍ୟକ୍ଷା ସୌଭାଗ୍ୟବତୀ ମହାପାତ୍ର ସ୍ଵଳ୍ପ ଭାଷଣ ଦେଇଥିଲେ ।
ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟର ଅଧ୍ୟକ୍ଷା ନିରୋଜା ଲକ୍ଷ୍ମୀ ମହାପାତ୍ର ମଧ୍ୟ ତାଙ୍କ ଅଭିଭାଷଣରେ ୱିଶ୍ ଅନୁଷ୍ଠାନ କିପରି ତାଙ୍କ ସହିତ ସବୁ ସମୟରେ ରହି କାର୍ଯ୍ୟ କରିଆସୁଛି ପ୍ରଶଂସା କରିଥିଲେ I ପ୍ରିନ୍ସପାଲ୍ ସଂଘମିତ୍ରା ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ଏହି ସଭାର ମହତ୍ୱ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ୱରେ ଥିଲେ ଡକ୍ଟର ଶୁଭ୍ରା ନନ୍ଦ, ଅନୁଷ୍ଠାନର ସେକ୍ରେଟାରୀ ରୋହିଣୀ ସିଂହଦେଓ, ସଦସ୍ୟା ବବିତା ମହାନ୍ତି, ଏବଂ ନୂତନ ସଦସ୍ୟା ହରିପ୍ରିୟା କର ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ସଦସ୍ୟା ଦୀପିକା ମହାନ୍ତି I

Editor 


