ମୋବାଇଲ ଚୋର ଗିରଫ , ଗୋଟିଏ ଫୋନ୍ ଜବତ

ଭୁବନେଶ୍ବର, ୨/୯ : ମୋବାଇଲ ଚୋରକୁ କାବୁ କରିଛି ଖାରବେଳ ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ ହେଲେ ଟାଙ୍ଗି ଥାନା ଅନ୍ତର୍ଗତ ଭୁଷଣ୍ଡପୁରର ହାସିମ ଖାନ ଓରଫ ଟିମା (୨୮) । ବିଶ୍ଵସ୍ତ ସୂତ୍ରରୁ ସୂଚନାପାଇ ଚଢଉ କରି ଅଭିଯୁକ୍ତ ହାସିମକୁ ୟୁନିଟ-୪ ମାର୍କେଟ ଅଞ୍ଚଳରୁ କାବୁ କରିବାରେ ପୋଲିସ ସକ୍ଷମ ହୋଇଛି ।
ସୂଚନା ଅନୁସାରେ, ଅଭିଯୋଗକାରୀ ଜଣକ ପରିବାର ସହ ବାଲିଅନ୍ତା ଥାନା ଅନ୍ତର୍ଗତ ବେଣୁପୁର ଗ୍ରାମରେ ରୁହନ୍ତି । ପାତ୍ରପଡା ଅଞ୍ଚଳରେ ରୁହନ୍ତି । ସେ ଗତ ଅଗଷ୍ଟ ୨୩ ତାରିଖ ମଧ୍ୟାହ୍ନରେ ଚାଉଳ ଗୋଦାମ ନିକଟସ୍ଥ ତ୍ରିନାଥ ଗଦି ନିକଟରେ ବିଶ୍ରାମ ନେଉଥିଲେ । ଏହି ସମୟରେ ନିକଟରେ ବୁଲାବୁଲି କରୁଥିବା ଅଭିଯୁକ୍ତ ହାସୀମ ଏବଂ ତାଙ୍କର ଜଣେ ସହଯୋଗୀ ଅଭିଯୋଗକାରୀଙ୍କ ପକେଟରୁ ଦୁଇଟି ମୋବାଇଲ ଫୋନ ଚୋରୀ କରି ନେଇଯାଇଥିଲେ । ପାଖରେ ଥିବା ଜଣେ ଦୋକାନୀ ଚୋରୀ ଘଟଣା ସମ୍ପର୍କରେ ଅଭିଯୋଗକାରୀଙ୍କୁ ଜଣାଇବା ପରେ ଅଭିଯୋଗକାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ।
ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହ ଖବରପାଇ ଚଢଉ କରି ଅଭିଯୁକ୍ତ ହାସିମକୁ କାବୁ କରିବା ସହ ତା ପାଖରୁ ଏକ ମୋବାଇଲ ଫୋନ ଜବତ କରିଥିଲେ । ପଚରାଉଚରାବେଳେ ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିଥିବାବେଳେ ଚୋରୀ କରିଥିବା ଦୁଇଟି ମୋବାଇଲ ଫୋନରୁ ଗୋଟିଏକୁ ବିକ୍ରି କରି ଦେଇଥିବା ଦର୍ଶାଇଥିଲେ । ପୋଲି ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି ।