All Odisha Intellectual Forum ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ, Hi-Tech Medical ଡାକ୍ତରଙ୍କ ନିଃଶୁଳ୍କ ସେବା

All Odisha Intellectual Forum ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ, Hi-Tech Medical ଡାକ୍ତରଙ୍କ ନିଃଶୁଳ୍କ ସେବା

ଭୁବନେଶ୍ୱର, ୧୯/୪ : All Odisha Intellectual Forum ଆନୁକୂଲ୍ୟରେ ଆଜି ଭୁବନେଶ୍ୱରରେ ଏକ ବୃହତ୍ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଫୋରମର ସଭାପତି ପାର୍ଥସାରଥୀ ଅଜୟ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ Hi-Tech Medicalର ଅଭିଜ୍ଞ ଡାକ୍ତରୀ ଟିମ୍ ସମ୍ପୂର୍ଣ ନିଃଶୁଳ୍କ ସେବା ଯୋଗାଇ ଦେଇଥିଲେ । ଡାକ୍ତରୀ ଟିମରେ ଡା. ଶୁଭଶ୍ରୀ ମିଶ୍ର, ଡା. ଏସ. ଲେଖରାଜ, ଡା. ପ୍ରଜ୍ଞାସିନି ସ୍ୱାଇଁ ଓ ଡା. ଆଜ୍ଞାଜଳି ଦାସ ସାମିଲ ଥିଲେ। ଏମାନଙ୍କ ସହ ପାରା ମେଡ଼ିକାଲ ଷ୍ଟାଫ୍ ସ୍ମିତା ଲେଙ୍କା, ଜ୍ୟୋତିର୍ମୟୀ ମହାପାତ୍ର, ପ୍ରୀତି ଗୋଙ୍ଗା, ଲ୍ୟାବ ଟେକ୍ନିସିଆନ ସତ୍ୟ ପ୍ରକାଶ ଖଟୁଆ ଏବଂ ସହଯୋଗୀ କର୍ମଚାରୀ ସୁଶାନ୍ତ କୁମାର ସାହୁ, ସିଦ୍ଧାର୍ଥ ବଡତ୍ୟା ଓ ପ୍ରକାଶ ରାଉତ ମଧ୍ୟ ସେବା ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ପୁଷ୍ପା ରାଉତ ଉପସ୍ଥିତ ଥିଲେ। ଶିବିରରେ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତଚାପ, ମଧୁମେହ ପରୀକ୍ଷା ସହ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ସମ୍ପୂର୍ଣ ମାଗଣାରେ ପ୍ରଦାନ କରାଯାଇଥିଲା। ଶହ ଶହ ସତ୍ୟଭାମା ଦେବୀ ମୁକ ବଧିର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଏହାର ସୁବିଧା ନେଇଥିଲେ। ସତ୍ୟଭାମା ଦେବୀ ମୁକ-ବଧିର ବିଦ୍ୟାଳୟର ଅଧ୍ୟକ୍ଷା ସଂଘମିତ୍ରା ମହାପାତ୍ର ସାଙ୍କେତିକ ଭାଷାରେ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ସଚେତନତା ବିଷୟରେ ବୁଝାଇଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

କାର୍ଯ୍ୟକ୍ରମକୁ ସଫଳ କରିବାରେ ଫୋରମର ସମ୍ପାଦକ ଆଇନଜୀବୀ ଦିଲ୍ଲୀପ ମହାପାତ୍ର, ଉପସଭାପତି ମଧୁସୂଦନ ମହଲ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ଦାସ, ଅଶୋକ ଚନ୍ଦ୍ର ଦାସ, ସୁଶ୍ରୀ ନିରୋଜ ଲକ୍ଷ୍ମୀ ମହାପାତ୍ର ଓ ଦିବାକର ସାହୁ ପ୍ରମୁଖ ଭୂମିକା ନିଭାଇଥିଲେ। ଚିନ୍ମୟୀ ଫାଉଣ୍ଡେସନ ତରଫରୁ ସନ୍ତୋଷୀ ଜୈନ ସମସ୍ତଙ୍କୁ ଦହି ପଣାର ବ୍ୟବସ୍ଥା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଜେନା ନିଜ ଅଭିଭାଷଣରେ କହିଲେ, “ସୁସ୍ଥ ସମାଜ ଗଠନ ପାଇଁ All Odisha Intellectual Forum ର ଏହି ଜନହିତକର ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ। ଏଭଳି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହୁ।”

ଫୋରମର ସଭାପତି ଓ ସମ୍ପାଦକଙ୍କ ସମେତ ସମସ୍ତ କାର୍ଯ୍ୟକାରୀ କର୍ମକର୍ତ୍ତା ହାଇଟେକ୍ ମେଡିକାଲର ଡାକ୍ତରୀ ଟିମ୍ ଓ ସମସ୍ତ ଷ୍ଟାଫଙ୍କୁ ନିଃସ୍ୱାର୍ଥ ସେବା ପାଇଁ କୃତଜ୍ଞତା ଜଣାଇଥିଲେ ଏବଂ ଭବିଷ୍ୟତରେ ମଧ୍ୟ ଏଭଳି ସେବା କାର୍ଯ୍ୟ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ।