ସମାଜସେବୀ ରୂପଶ୍ରୀ ସାହୁଙ୍କ ଜନ୍ମଦିନ ଅବସରରେ ମେଗା ରକ୍ତଦାନ ଶିବିର
ଭୁବନେଶ୍ୱର, ୩/୭ : ଭୁବନେଶ୍ୱରର ଜଣାଶୁଣା ସମାଜସେବୀ ରୂପଶ୍ରୀ ସାହୁଙ୍କ ଜନ୍ମଦିନ ଅବସରରେ ମିଶନ ରକ୍ତଦାନ ଏବଂ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି I ଏହି କାର୍ଯ୍ୟକ୍ରମ କୁ ଖଣ୍ଡପଡାର ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଉଦଘାଟନ କରିଥିଲେ |
ରକ୍ତଦାନ ମହତଦାନ ହୋଇଥିବାରୁ ପ୍ରତେକ ସଚେତନ ନାଗରିକଙ୍କୁ ରକ୍ତଦାନ କରି ଗୋଟିଏ ଗୋଟିଏ ମୂଲ୍ୟବାନ ଜୀବନ ରକ୍ଷା କରିବାକୁ ବିଧାୟକ କହିବା ସଙ୍ଗେ ସଙ୍ଗେ ରକ୍ତଦାତାମାନଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଛ ଦେଇ ସନମାନିତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ଅଗ୍ରଣୀ ସାହିତ୍ୟ ପ୍ରତିଷ୍ଠାନ ରଜଶ୍ରୀର ସମ୍ପାଦକ ଆଶୁକବି ହେମନ୍ତ ଜେନା ଏବଂ ଉଦ୍ୟାନବିତ ମିଲନ ସାହୁ ଆଦି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରକ୍ତଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ସର୍ବଶ୍ରୀ ମୋନାଲିସା ରାଉତ, ବିଶ୍ୱମୈତ୍ରୀ ସାହୁ, ପ୍ରଦୀପ ନାୟକ,ଲକି ମହାପାତ୍ର, ଅମିତ କଉଁର ,ପ୍ରଜ୍ଞା ପରମିତା, ସୁଶାନ୍ତ ବେହେରା ଆଦି ୪୦ରୁ ଊର୍ଦ୍ଧ୍ବ ରକ୍ତଦାତା ରକ୍ତଦାନ କରିଥିଲେ ।
ପ୍ରତି ବର୍ଷ ନିଜ ଜନ୍ମଦିନରେ ଥାଲେସେମିଆ ରୋଗରେ ପୀଡ଼ିତ ଶିଶୁମାନଙ୍କ ପାଇଁ ରକ୍ତର ଅଭାବ ଦୂର କରିବା ନିମନ୍ତେ ନିଜେ ରକ୍ତଦାନ କରିବା ସହ ରକ୍ତଦାନ ଶିବିର ଆୟୋଜନ କରି ସମାଜକୁ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିବାରୁ ସମାଜସେବୀ ରୂପଶ୍ରୀ ସାହୁଙ୍କୁ ସମାଜର ବିଭିନ୍ନ ମହାଲରୁ ଶୁଭେଚ୍ଛା ବାର୍ତ୍ତା ଛୁଟୁଛି l

Editor 


