ମୁଁ ପୀୟୂଷ ତ୍ରିପାଠୀ , ହେବି କାହାର ?

ମୁଁ ପୀୟୂଷ ତ୍ରିପାଠୀ , ହେବି କାହାର  ?

ଭୁବନେଶ୍ବର, ୭/୩ :  ପୁଣି ଯାତ୍ରା କଳାକାର ପୀୟୂଷ ତ୍ରିପାଠୀଙ୍କ ନାଁରେ ଆସିଲା ଅଭିଯୋଗ । ସମାନ ଅଭିଯୋଗ ଯାହା ଟଙ୍କା ପାଇଁ, ମାତ୍ର ବ୍ୟକ୍ତି ଭିନ୍ନ । ସେତେବେଳେ ଆଣିଥିଲେ ଯାତ୍ରା ସିଂହ ବାହିନୀ ମାଲିକ ସଞ୍ଜିବ ପାଢୀ ଆଉ ଏବେ ଯାତ୍ରା ସୂର୍ଯ୍ୟ ମନ୍ଦିରର ମାଲିକ ଇଂ ପ୍ରମୋଦ କୁମାର ସ୍ବାଇଁ ଆଣିଛନ୍ତି । ସୂର୍ଯ୍ୟ ମନ୍ଦିର ମାଲିକଙ୍କ ଅଭିଯୋଗ ଅନୁସାରେ ଯାତ୍ର କଳାକାର ପୀୟୂଷ ତ୍ରିପାଠୀ ୨୦୨୪-୨୬ ପାଇଁ ବାର୍ଷିକ ୪୦ ଲକ୍ଷ ଲେଖାଏଁ ଚୁକ୍ତି କରିଛନ୍ତି । ଗତ ଦିନରେ ଗଣମାଧ୍ୟମ ସାମ୍ନାରେ ପୀୟୂଷ ମତ ରଖିବା ପରେ ଆଜି ପୁଣି ଦେଖାଦେଇଛି ବିବାଦ ।  

ପୀୟୂଷଙ୍କୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ବାଇଁ ୨୦୨୪-୨୬ ଯାଏଁ ଚୁକ୍ତିନାମା ହୋଇଥିଲା ଦୁଇ ବର୍ଷ ଲାଗି ସଂପୂର୍ଣ୍ଣ ପଇସା ନେଇଛନ୍ତି ଏବେ ଅନ୍ୟ ପାର୍ଟିକୁ ଯିବା କଥା ଶୁଣି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ସୂର୍ଯ୍ୟମନ୍ଦିର ଯାତ୍ରା ପାର୍ଟି ମାଲିକ ଇଂ ପ୍ରମୋଦ କୁମାର ସ୍ବାଇଁ  ପ୍ରମୋଦଙ୍କ କହିବା ଅନୁସାରେ ପୀୟୂଷ କେଉଁ ପରିସ୍ଥିତିରେ ସିଂହବାହିନୀ ଯିବା କଥା କହିଛନ୍ତି ମୁଁ ଜାଣି ନାହିଁ ସେ ୨୦୨୪-୨୬ ପାଇଁ ସୂର୍ଯ୍ୟମନ୍ଦିର ସହ ଚୁକ୍ତି କରିଛନ୍ତି ଏଥିପାଇଁ ବାର୍ଷିକ ସେ ୪୦ ଲକ୍ଷ ମଧ୍ୟ ନେଇଛନ୍ତି ଟଙ୍କା ନେଣର ସମସ୍ତ ତଥ୍ୟ ପ୍ରମାଣ ମୋ ପାଖରେ ଅଛି ୨୬ ପର୍ଯ୍ୟନ୍ତ ରହିବାକୁ ସେ ମୋ ସହ ଏଗ୍ରିମେଣ୍ଟ କରିଛନ୍ତି ଦିନ ତଳେ ଫୋନ୍ ରେ ପୀୟୂଷ ମୋ ସହ କଥା ହୋଇ କହିଥିଲେ ବାବୁ ମୁଁ ଆପଣଙ୍କ ସହିତ ଅଛି ଆସନ୍ତା ଜୁନରେ ଆମର ନୂଆ ଆଖଡ଼ା ଆରମ୍ଭ ହେବ, ସେତେବେଳେ ଜଣାପଡ଼ିବ ସେ କରୁଛନ୍ତି

ସୂର୍ଯ୍ୟମନ୍ଦିରରେ ଅଭିନୟ ପାଇଁ ପ୍ରଥମ ବର୍ଷ ପୀୟୂଷ ୪୫ ଲକ୍ଷ ନେଇ ସାରିଛନ୍ତି ଦ୍ବିତୀୟ ବର୍ଷ ପ୍ରାୟ ୭୫ ଲକ୍ଷ ନେଇଛନ୍ତି ୨୪ରୁ ୨୬ ପାଇଁ ସେ ସବୁ ଟଙ୍କା ନେଇ ସାରିଛନ୍ତି   ମୁଁ ଭାବୁଛି କୌଣସି ଉପସ୍ଥିତି ଉପୁଜିବନି ବୋଲି କହିଛନ୍ତି ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁ ସେପଟେ ସୂର୍ଯ୍ୟମନ୍ଦିରରରେ ରହିବେନି ବୋଲି ପୀୟୂଷ ସିଧାସିଧା କୌଣସି ସ୍ଥାନରେ କହିନାହାଁନ୍ତି କିମ୍ୱା ନେଇ ମନା କରିନାହାନ୍ତି ବୋଲି ପ୍ରମୋଦ ସ୍ପଷ୍ଟ କରିଛନ୍ତି ପୀୟୂଷଙ୍କ ସୂର୍ଯ୍ୟମନ୍ଦିରର ନୂଆ ନାଟକ ବାବଦରେ ଖଣ୍ଡଗିରିରେ ଘୋଷଣା କରିଛନ୍ତି ଆଗକୁ ସେ ଯାହା କରିବେ, ଆମେ ପଦକ୍ଷେପ ନେବୁ ଯଦି ପୀୟୂଷ ଆଗକୁ ଆମ ସହ ନ ରହିଲେ ତେବେ ଆଇନଗତ ପଦକ୍ଷେପ ନେବୁ ବୋଲି କହିଛନ୍ତି ସୂର୍ଯ୍ୟମନ୍ଦିର ମାଲିକ