ପ୍ରାୟ ୧ ଘଣ୍ଟା ଆଗରୁ ଗଡ଼ିଲା ତାଳଧ୍ବଜ

ପ୍ରାୟ ୧ ଘଣ୍ଟା ଆଗରୁ ଗଡ଼ିଲା ତାଳଧ୍ବଜ

ପୁରୀ,୫/୭: ଗଜପତି ମହାରାଜାଙ୍କ ଛେରାପହଁରା ପରେ ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ଆରମ୍ଭ କରିଛି। ଧାର୍ଯ୍ୟ ସମୟ ଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ହୋଇଛି।

ଆଦ୍ୟସେବକ ଗଜପତି ମହାରାଜା ଛେରାପହଁରା କରିଥିଲେ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷରେ ଛେରାପହଁରା ହୋଇଥିଲା। ଧାର୍ଯ୍ୟ ସମୟଠୁ ଆଗୁଆ ରଥଟଣା ନେଇ ପ୍ରକ୍ରିୟା ପରେ ରଥଟଣା ଆରମ୍ଭ ହୋଇଛି।