ନୂଆପଡ଼ା ଉପନିର୍ବାଚନ : ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପ୍ରାର୍ଥୀ

ନୂଆପଡ଼ା ଉପନିର୍ବାଚନ : ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର,୧୫/୧୦ : ନୂଆପଡ଼ା ଉପନିର୍ବାଚନକୁ ନେଇ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏ ନେଇ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ।  

ସୂଚନାଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲା ସଭାପତି ଥିବା ମନୋଜ ମିଶ୍ର, ଆଦିବାସୀ ଚେହେରା ଭାବେ ଭାନୁ ପ୍ରତାପ ସିଂ ମାଝୀ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷ ଥିବା ତାରେଶ୍ୱରୀ ସାହୁ ଏବଂ ରମାକାନ୍ତ ଠାକୁରଙ୍କ ଭଳି କେତେଜଣଙ୍କ ନାଁକୁ ନେଇ ଦଳର ବରିଷ୍ଠ ନେତାମାନେ ଚର୍ଚ୍ଚା କରୁଥିଲେ। ଶେଷରେ ସମସ୍ତଙ୍କୁ ଚମକାଇ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରିଛି ବିଜେଡି।

 ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଥମେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ଆଜି ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି।