ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତ ହଡ଼ପ ଘଟଣା, ଥାନାରେ ଏତଲା ଦେଲେ ସ୍କୁଲ କର୍ତ୍ତୃପକ୍ଷ

ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତ ହଡ଼ପ ଘଟଣା, ଥାନାରେ ଏତଲା ଦେଲେ ସ୍କୁଲ କର୍ତ୍ତୃପକ୍ଷ

ରାଉରକେଲା ,୨/୯ : ସୁନ୍ଦରଗଡ଼ ସହରର ଏକ ପ୍ରତିଷ୍ଠିତ ବେସରକାରୀ ଶିକ୍ଷାନୁଷ୍ଠାନର ୫୫ ଜଣ ପୂର୍ବତନ ଛାତ୍ରଛାତ୍ରୀଙ୍କ ନାଁରେ ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତ ଟଙ୍କା ହଡ଼ପ ଓ ଏଥିରେ ପଶ୍ଚିମବଙ୍ଗ ଲିଙ୍କ୍ ଖବର ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏଥିରେ ସାଇବର ଅପରାଧୀଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ହାତ ମଧ୍ୟ ଥାଇପାରେ ବୋଲି କୁହାଯାଉଛି। ତେବେ ଛାତ୍ରବୃତ୍ତି ହଡ଼ପ ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ଟାଉନ୍ ଥାନାରେ ଏତଲା ଦେଇଛନ୍ତି। ହେଲେ ଏହା ସାଇବର ଅପରାଧ ହୋଇଥିବା ଦର୍ଶାଇ ପୁଲିସ ଏକ ଷ୍ଟେସନ ଡାଏରି କରିଥିବା ସୂଚନା ମିଳିଛି ଏହା ମଧ୍ୟରେ ଚର୍ଚ୍ଚା ହେଉଛି, ଯଦି ସୁନ୍ଦରଗଡ଼ ସହରର ଗୋଟିଏ ସ୍କୁଲର ୫୫ ଜଣ ପିଲାଙ୍କ ନାମରେ ଜାଲସାଜି କରି ଛାତ୍ରବୃତ୍ତି ହଡ଼ପ କରାଯାଇଛି, ତେବେ ସାରାଜିଲ୍ଲାରେ

କେତେ ଓ ରାଜ୍ୟରେ କେତେପିଲାଙ୍କ ବୃତ୍ତି  ଟଙ୍କା ହଡ଼ପ ହୋଇଥିବ ତାହା ସହଜେ ଅନୁମେୟା ଏହାର ଉଚ୍ଚସ୍ତରୀୟ ତଦନ୍ତହେଲେ ଆଦିବାସୀ ଓ ଅନୁସୂଚିତ ଜାତି ବିଦ୍ୟାର୍ଥୀଙ୍କ ବୃତ୍ତ ଟଙ୍କା ଲୁଟ୍‌ର ପର୍ଦ୍ଦାଫାସ ହୋଇପାରିବା

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ ଓ ବେସରକାରୀ ହାଇସ୍କୁଲରେ ପାଠ ପଢୁଥିବା ୯ମ ଓ ୧୦ମ ଶ୍ରେଣୀର ଆଦିବାସୀ ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କୁ ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଟଙ୍କା ପ୍ରଦାନ କରାଯାଏ। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୩ ହଜାର ଓ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ୬୨୫୦ ଟଙ୍କା ଛାତ୍ରବୃଦ୍ଧି ପ୍ରଦାନ କରାଯାଇଥାଏ। ସେହିପରି ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ୩୫୦୦ ଓ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ୭ ହଜାର ଟଙ୍କା ବୃତ୍ତି  ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ସହରର ସମ୍ପୃକ୍ତ ଘରୋଇସ୍କୁଲର ଜଣେ ପୂର୍ବତନ ଛାତ୍ର ଅରିନ ନନ୍ଦଙ୍କ ଅଭିଯୋଗ ପରେ । ଏ କଥା ସାମ୍ନାକୁ

ଆସିଥିଲା | ଅରିନ ଏବେ ସୁନ୍ଦରଗଡ଼ ମେଡିକାଲ କଲେଜର ପ୍ରଥମ ବର୍ଷ ଛାତ୍ର | ମେଡିକାଲ ପାଠ୍ୟକ୍ରମ ପାଇଁ ସବୁବର୍ଗର ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତ ଦିଆଯାଉଥିବା କୁହାଯିବା ପରେ ସେ ପୋର୍ଟାଲରେ ଆବେଦନ କଲାବେଳକୁ ତାଙ୍କ ନାଁ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଥିଲା ୧୧.୮.୨୦୨୨ରେ ଏସ୍‌ଟିଏସ୍‌ସି ବିଭାଗ ପକ୍ଷରୁ ତାଙ୍କୁ ଅନୁସୂଚିତ ଜାତିର ଛାତ୍ର ବର୍ଗରେ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତ ୭ ହଜାର ଟଙ୍କା ଦିଆଯାଇଥିବା ସେଇଠି ଦର୍ଶାଯାଇଥିଲା |

ହେଲେ ସବୁଠାରୁ ବଡ଼କଥା ହେଲା ଅରିନ ନନ୍ଦ ହେଉଛନ୍ତି ଜାତିରେ ବ୍ରାହ୍ମଣ ଆଉ ସେ ଏ ଆବେଦନ କରିନଥିବା ପ୍ରକାଶ କରିଥିଲେ ଏପରିକି ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଆବେଦନ କରି ନଥିବା ଜଣାପଡ଼ିଥିଲା । ସେହିପରି ଏ ସଂକ୍ରାନ୍ତୀୟ ଆବେଦନ ଅନୁମୋଦନ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପାଖକୁ ବି ଆସି ନଥିବା ପ୍ରକାଶ ତଥାପି ଅରିନଙ୍କ ନାଁରେ ପୋର୍ଟଲରେ ଏହି ଆବେଦନ ଆସିଲା କିଭଳି ଓ ବିନା ଅନୁମୋଦନରେ ଟଙ୍କା ଗଲା କିପରି ; ଏସବୁ ପ୍ରଶ୍ନ ମଧ୍ୟରେ ଟଙ୍କା ଯାଇଥିବା ବ୍ୟାଙ୍କ ଜମାଖାତାକୁ ଯାଞ୍ଚ କଲାବେଳକୁ ଏହା ଗଞ୍ଜାମ ଚିକିଟି ଶାଖାର ସୂର୍ଯ୍ୟୋଦୟ ସ୍କୁଲ ଫାଇନାନ୍ସ ବ୍ୟାଙ୍କ ବୋଲି ଜଣାପଡ଼ିଥିଲା। ହେଲେ ଚିକିଟି ବ୍ୟାଙ୍କ ଏହା ପଶ୍ଚିମବଙ୍ଗର ସମାନ ବ୍ୟାଙ୍କ ଶାଖାରେ ସାଏରା ବାନୋ ନାଁରେ ଥିବା କହିଥିଲେ ।

କେବଳ ଏହି ଜଣେ ନୁହଁନ୍ତି, ଏଭଳି ଭାବେ ୨୦୨୨ରେ ତାଙ୍କ ବିଦ୍ୟାଳୟର ୫୫ ଜଣ ସାଧାରଣ ବର୍ଗର ପିଲାଙ୍କୁ ଅନୁସୂଚିତ ଜାତି ଓ ଜନଜାତି ଦର୍ଶାଇ ପଶ୍ଚିମବଙ୍ଗର ଅଲଗା ଅଲଗା ଜମାଖାତାକୁ ଟଙ୍କା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟିକୁ ଆସିଲା ପରେ ସେ ଅଗଷ୍ଟ ମାସରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓ ଉପନିର୍ଦେଶକଙ୍କୁ ଚିଠି ଲେଖି ଘଟଣା ସଂପର୍କରେ ଅବଗତ କରିଥିଲେ କିନ୍ତୁ ଏ ଯାଏଁ ବିଭାଗ ପକ୍ଷରୁ କୌଣସି ତଦନ୍ତ କି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।