ନବରାତ୍ରିରେ ଆରମ୍ଭ ହୋଇଥିଲା, ମାର୍ଗଶିରରେ ଲକ୍ଷ୍ମୀ ଛାଡ଼ିଗଲେ : ଶ୍ରୀମୟୀ
ଭୁବନେଶ୍ବର,୧୪/୧୧ : ନୂଆପଡ଼ା ଉପନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପୁଣି ବିଜେଡିକୁ ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ସେ ତାଙ୍କ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ନବରାତ୍ରିରେ ଆରମ୍ଭ ହୋଇଥିଲା, ମାର୍ଗଶିରରେ ଲକ୍ଷ୍ମୀ ଛାଡିଗଲେ #jaimatadi । ନବରାତ୍ରିରେ ଯେଉଁ ମହିଳା ମୋତେ ବ୍ୟକ୍ତିଗତ ଭାବେ ଅପମାନିତ କରିବା ପାଇଁ ପ୍ରୟାସ କରିଥିଲେ, ତାଙ୍କୁ ଆଜି ନୂଆପଡ଼ାବାସୀ ‘ମିଛେଇ ପରଦେଶୀ’ କହି ଉଚିତ୍ ଜବାବ ଦେଲେ । ବିଳମ୍ବରେ ହେଉ ପଛେ ନିୟତି ତାଙ୍କର ବିଚାର କଲା । ଶେଷପର୍ୟ୍ୟ ନ୍ତ ନିଜର ମାମୁଁ ଘର କହି ଡ୍ରାମା କଲେ। ବୋଧେ ନିର୍ବାଚନ ପୂର୍ବରୁ କାଳ୍ପନିକ ମାମୁଁ ଦହି ଖୁଆଇ ଆଶୀର୍ବାଦ ଦେଇନଥିଲେ ।ଯିଏ ଗୋଟିଏ ନିର୍ବାଚନ ମଣ୍ଡଳୀର ମହିଳାମାନଙ୍କୁ ସଂଗଠିତ କରି ପାରିଲେ ନାହିଁ,ସେ ପୁଣି ରାଜ୍ୟ ସଭାନେତ୍ରୀ । ଜଗତେ କେବଳ ଜନେ ହସିବେ ।
ସୂଚନା ଅନୁସାରେ, ନୂଆପଡ଼ାରେ ୮୪ ହଜାରରୁ ଅଧିକ ଭୋଟରେ ଜିତିଲେ ଜୟ । ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜୟଙ୍କଠାରୁ ଭୋଟ ବ୍ୟବଧାନରେ ବହୁ ପଛରେ ରହିଛନ୍ତି । ୧,୨୩,୨୪୩ରୁ ଅଧିକ ଭୋଟ ପାଇ ଜୟ ବିଜୟୀ ହୋଇଛନ୍ତି। ଏଥିସହ ବିଜେପି ନୂଆପଡା ଆସନ ଦଖଲ କରିଛି। ବିଜେଡି ହାତରୁ ଖସିଯାଇଛି ନୂଆପଡା। ସ୍ନେହାଙ୍ଗିନୀ ୩୮,୨୫୬ ଭୋଟ ପାଇ ୩ୟ ସ୍ଥାନରେ ଥିବାବେଳେ ଘାସିରାମ ୪୦,୦୩୯ ଭୋଟ ପାଇ ୨ୟ ସ୍ଥାନରେ ରହିଛନ୍ତି।

Editor 


