ରାଜ୍ୟସ୍ତରୀୟ ସମ୍ମାନିତ ଦୁଇ ବନ କର୍ମଚାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଜ୍ୟସ୍ତରୀୟ ସମ୍ମାନିତ ଦୁଇ ବନ କର୍ମଚାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୫/୩ : ନୂଆପଡା ଜିଲ୍ଲା ଖଡ଼ିଆଳ କଲ୍ୟାଣ ମଣ୍ଡପ ୨ଠାରେ ଅଣ ଗେଜେଟେଟ ବନସେବା ସଂଘ ଖଡ଼ିଆଳ ବନଖଣ୍ଡ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମାନିତ ଦୁଇ ବନ କର୍ମଚାରୀ ଘଷିଏନ ପୋଡ଼ ଏବଂ ସୁଦାମ ବାଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା l ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଣ ଗେଜେଟେଟ ବନସେବା ସଂଘ ଖଡ଼ିଆଳ ବନଖଣ୍ଡ ସଭାପତି ରମା ରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧିତ ସଭାରେ ଏକ ସାଧାରଣ ସଭା ଆୟୋଜିତ ହୋଇ ଦୁଇ ଜଣଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରି ସମ୍ବର୍ଦ୍ଧିତ କରାଯାଇଥିଲା l 

ନୂଆପଡ଼ା ବନଖଣ୍ଡ ଅଧିନସ୍ତ କୋମନା ରେଞ୍ଜର ଫରେଷ୍ଟ ଗାର୍ଡ ଘଷିଏନ ପୋଡ଼ ଏବଂ ଖଡ଼ିଆଳ ରେଞ୍ଜ ଫରେଷ୍ଟର ସୁଦାମ ବାଗଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଭୁବନେଶ୍ୱରଠାରେ ଆୟୋଜିତ ବିଶ୍ୱ ବନ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧନା ଓ ସମ୍ମାନିତ କରାଯାଇଥିଲା । ଜଙ୍ଗଲ ଓ ପ୍ରାଣୀ ସୁରକ୍ଷାରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଯାଇ ସେମାନଙ୍କ କାର୍ଯ୍ୟ ଅନ୍ୟ କର୍ମଚାରୀମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ହେବ ବୋଲି ଉପସ୍ଥିତ ବନସେବା ସଂଘର ସଦସ୍ୟମାନେ କହିଛନ୍ତି l ଏହା ଆମ ବନଖଣ୍ଡ ପାଇଁ ସମ୍ମାନିତ ଏଥିରେ ସବୁ କର୍ମଚାରୀ ଉତ୍ସାହିତ ହେବେ ଓ ନିଜର କାର୍ଯ୍ୟ ନିସ୍ଵାର୍ଥ ଭାବରେ କରିବେ ବୋଲି ଉପସ୍ଥିତ କର୍ମଚାରୀ ମତ ପ୍ରକାଶ କରିଥିଲେ l