ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଉପକୂଳ ପରିବେଶ ସୁରକ୍ଷା ଉପରେ କର୍ମଶାଳା

ଭୁବନେଶ୍ୱର,୧୨/୧୨ : ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ପରିବେଶ ଓ ଓଡ଼ିଶାର ତଟ ସମ୍ପର୍କିତ ଏକ କର୍ମଶାଳା ଜୈବ ପ୍ରଯୁକ୍ତି ବିଦ୍ୟା, ରାଜନୀତି ବିଜ୍ଞାନ ବିଭାଗ ଓ ଓଡ଼ିଆ ପରିବେଶ କଂଗ୍ରେସର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ମାଗଦର୍ଶନରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ବିନାୟକ ରଥ l
ଓଡ଼ିଶା ପରିବେଶ କଂଗ୍ରେସ ର ୧୫ ତମ ଅଧିବେଶନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଅନୁଷ୍ଠିତ ହେବ ଡିସେମ୍ବର ୨୦, ୨୧ ଓ ୨୨ ତାରିଖରେ l ଚଳିତ ବର୍ଷର ବିଷୟବସ୍ତୁ ରହିଛି ପରିବେଶ ଓ ଉପକୂଳ l ଏହାର ଅବ୍ୟବହିତ ପୂର୍ବରୁ ଏହି କର୍ମଶାଳା ରମାଦେବୀ ବିଶ୍ୱବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଡ ବିନାୟକ ରଥ ଓଡ଼ିଶାର ତଟ ବର୍ତ୍ତୀ ଅଞ୍ଚଳ ପ୍ରତି ଆହ୍ୱାନ ଉପରେ ବିସ୍ତୃତ ଆଲୋଚନା କରିବା ସହ ତଟବର୍ତ୍ତୀ ରାଜପଥ ଚିଲିକା ପ୍ରତି ବିପଦ ସୃଷ୍ଟି କରିବ ବୋଲି ମତ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ପରିବେଶବିତ ପ୍ରଫେସର୍ ଜୟକୃଷ୍ଣ ପାଣିଗ୍ରାହୀ ଓଡ଼ିଶାର ପରିବେଶ ତଥା ତଟ ବର୍ତ୍ତୀ ଲୋକଙ୍କର ଜଳବାୟୁ ପରିବର୍ତ୍ତନ ଦ୍ଵାରା କିପରି ପ୍ରଭାବିତ ହେଉଛନ୍ତି ତାହାର ବିସ୍ତୃତ ବର୍ଣ୍ଣନା କରିଥିଲେ। ଓଡ଼ିଶା ପରିବେଶ କଂଗ୍ରେସର ସାଙ୍ଗଠନିକ ସମ୍ପାଦକ ସୁଦର୍ଶନ ଦାସ ଓଡ଼ିଶା ପରିବେଶ କଂଗ୍ରେସ ର ଦୀର୍ଘ ୧୪ ବର୍ଷର ଯାତ୍ରା ବିଷୟରେ ଆଲୋକପାତ କରିବା ସହିତ ଜଳବାୟୁ ପରିବର୍ତ୍ତନ ର ମୁକାବିଲା ପାଇଁ ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ପ୍ରଫେସର୍ ମାନସ ବେହେରା ସ୍ବାଗତ ଭାଷଣ ଦେବା ସହ ବିଷୟ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
ସ୍ନାତୋକତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର୍ ସସ୍ମିତା ମହାନ୍ତି ନିଜସ୍ଵ ବକ୍ତବ୍ୟ ପରିବେଶ ସୁରକ୍ଷା ଉପରେ ପ୍ରଦାନ କରିଥିଲେ। ଓଡ଼ିଶା ପରିବେଶ କଂଗ୍ରେସର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ପରିବେଶ ସୁରକ୍ଷାରେ ଆଗାମୀ ଯୁବ ପିଢ଼ିର ଭୂମିକା ଉପରେ ଆଲୋଚନା କରିଥିଲେ। ପ୍ରଫେସର୍ ରାଜ କୁମାର ଯୋଶୀ ତଟ ସୁରକ୍ଷା ଓ ପରିବେଶ ସନ୍ତୁଳନ ଓଡ଼ିଶାର ବିକାଶ ପାଇଁ ଗୁରୁତ୍ବ ପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ ।ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ବସନ୍ତ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ବିଶ୍ଵବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଛାତ୍ରୀମାନେ ବିପୁଳ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ।ପ୍ରଫେସର ମନ୍ମଥ କୁଣ୍ଡୁ, ନିରଦ୍ ବରଣ ଖୁଣ୍ଟିଆ, ବିଭୀଷଣ ନାୟକ, ମନୋରଞ୍ଜନ ମିଶ୍ର, ମନୋଜ ବାରିକ ପ୍ରମୁଖ ଯୋଗ ଦେଇଥିବା ବେଳେ ଅଧ୍ୟାପିକ ସୁଜାତା ମହାନ୍ତି, ଏଲିନା ଜ୍ୟୋତି, ଦେବୀ ପ୍ରସାଦ ଦାଶ, ସର୍ବାଣି ଦାସ, ଜୀନା ମହାପାତ୍ର ପ୍ରମୁଖ କର୍ମଶାଳା ପରିଚାଳନାରେ ଅଂଶ ଗ୍ରହଣ କରିଥିଲେ।