୧୮ ଅକ୍ଟୋବରରେ ମୁକ୍ତିଲାଭ କରିବ ନୂଆ ଓଡ଼ିଆ ଚଳଚ୍ଚିତ୍ର "ବାସ୍ତବ"

ଭୁବନେଶ୍ବର,୧୫/୧୦: ବନସ୍ୱର୍ଣ୍ଣ ଟେଲିଭିଜନ ଦ୍ୱାରା ପ୍ରଯୋଜିତ ତଥା ଏଲଟି ପ୍ରଡ଼କସନ ସହଭାଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "ବାସ୍ତବ"ର ସମସ୍ତ ସୁଟିଂ ଶେଷ ହେବା ପରେ ଏହାର ମୁକ୍ତିଲାଭ ତାରିଖ ଘୋଷଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଆସନ୍ତା ୧୮ ଅକ୍ଟୋବରରେ ବାସ୍ତବ ଚଳଚ୍ଚିତ୍ର ମୁକ୍ତିଲାଭ କରିବ l ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜକ ଡକ୍ଟର ବଦ୍ରୀନାଥ ପଟ୍ଟନାୟକ, ନିର୍ଦ୍ଦେଶକ ଲୁବୁନ ଟୁବୁନ, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ହେଡ଼ ପ୍ରଣୟ ଜେଠୀ, ସିନେ ପ୍ରଯୋଜକ ତଥା ଓଡିଶା ଫିଲ୍ମ ବିତରକ ସଂଘର ସମ୍ପାଦକ ସଚ୍ଚିକାନ୍ତ ଜେନା, ଅଭିନେତା ରବି ମିଶ୍ର, ଅଭିନେତା, ଅଭିନେତ୍ରୀ ଅଙ୍କିତା ଦାଶ, ମିଟୁ ମିଥୁନ, ଡିଓପି କାହ୍ନୁ ନନ୍ଦ ଶୁଭମ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରମୁଖ ଯୋଗଦେଇଥିଲେ l
ବାସ୍ତବ ଏକ ସସ୍ପେନ୍ସ, ଥ୍ରୀଲର ତଥା ପାରିବାରିକ କାହାଣୀ ଆଧାରିତ ଚଳଚ୍ଚିତ୍ର l କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ l ସଂଳାପ ରଚନା କରିଛନ୍ତି ସଞ୍ଜୟ ମହାକୁଳ l ସହ ପ୍ରଯୋଜନା କରିଛନ୍ତି ନିବେଦିତା ପଟ୍ଟନାୟକ l ଅରୁଣ ମନ୍ତ୍ରୀ, ନିହାର ପ୍ରିୟାଶୀଷ ଏବଂ ବିକୁ ବାବୁ ରଚନା କରିଥିବା ଗୀତଗୁଡିକର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ l ମୋଣ୍ଟାଜ ଗୀତ ଜ୍ଞାନ ବେହେରା କରିଛନ୍ତି l ହ୍ୟୁମାନ ସାଗର ଏବଂ ଅନ୍ତରୀକ୍ଷା ନାୟକ କଣ୍ଠଦାନ କରିଛନ୍ତି l ସମସ୍ତ ଗୀତର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ l କାହ୍ନୁ ନନ୍ଦ ଶୁଭମ ଚିତ୍ରତ୍ତୋଳନ ଦାୟିତ୍ୱ ତୁଲାଇଛନ୍ତି ଏବଂ ପିଣ୍ଟୁ ନାୟକ ସମ୍ପାଦନା କରିଛନ୍ତି l ଫାଇଟ୍ ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ବଳ l ତୁଷାର ବେଦୀ, ଅଙ୍କିତା ଦାଶ, ରବି ମିଶ୍ର, ଅଭିଜିତ ଦାଶ, ଭୂପତି ତ୍ରିପାଠୀ, ପ୍ରଭାତୀ ସାହୁ, ଅଭିଷେକ, ଲୁଲୁ ଆଚାର୍ଯ୍ୟ, ମଧୁସ୍ମିତା, ଅମର, ମିଟୁ ମିଥୁନ, ସୋନାଲି, ବିଜୟ, ଆକାଶ, ପୂଜା, ସ୍ମିତା, ମନୋଜ ସାହୁ, ଶକ୍ତି ଏବଂ ସୂର୍ଯ୍ୟ ଭଳି ଅନେକ କଳାକାର ବାସ୍ତବ ଚଳଚ୍ଚିତ୍ରରେ ନିଜର ଅଭିନୟର ପରାକାଷ୍ଠା ଦେଖାଇଛନ୍ତି l