ଭାରତୀୟ ମହିଳା କ୍ରିକେଟରୁ ରୋସନାରାଙ୍କ ଅବସର

ଭାରତୀୟ ମହିଳା କ୍ରିକେଟରୁ ରୋସନାରାଙ୍କ ଅବସର

ଭୁବନେଶ୍ବର, ୩/୧୦ : ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଫ ସ୍ପିନର ରୋସନାରା ପରଓ୍ବିନ କ୍ରିକେଟ ଜଗତରୁ ଅବସର ଗ୍ରହଣ କରିଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ ତରଫରୁ ଏ ନେଇ ସୂଚନା ଦିଆଯାଇଛି ।

ରୋସନାରା ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ଵ କରିବାରେ ୨ୟ ଓଡ଼ିଆ ଝିଅ । ସେ ଗୋଟିଏ ଅନ୍ତର୍ଜାତୀୟ ଦିନିକିଆ, ୩ଟି ଅନ୍ତର୍ଜାତୀୟ ଟି-୨୦ ଏବଂ ୧୩୦ଟି ସିନିଅର ଡୋମେଷ୍ଟିକ ମ୍ୟାଚ ଖେଳିଛନ୍ତି। ୨୦୧୦ରେ ସେ ତାଙ୍କ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ।