ବିଜେଡିର ସର୍ଭେ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ

ଭୁବନେଶ୍ବର,୧୧/୧୦ : ପୁଣି ପାଣ୍ଡିଆନ ଚର୍ଚ୍ଚା । ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଶ୍ରୀମୟୀଙ୍କ ବିସ୍ଫୋରକ ବୟାନ ପରେ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏକ ଘରୋଇ ଟିଭି ଚ୍ୟାନେଲର ସାକ୍ଷାତକାରରେ ଶ୍ରୀମୟୀ ବିସ୍ଫୋରକ ବୟାନ ଦେଇଛନ୍ତି । ଯାହାକୁ ନେଇ ଏବେ ଚାରିଆଡ଼େ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ ଚର୍ଚ୍ଚା ।
ଗତ ନିର୍ବାଚନରେ ଲୋକସଭାରେ ବିଜେଡି ଖାତା ନ ଖୋଲିବାକୁ ନେଇ ଶ୍ରୀମୟୀ ଉଠାଇଛନ୍ତି ପ୍ରଶ୍ନ । ଏହା ପଛରେ ବଡ଼ ଷଡଯନ୍ତ୍ର ଥିବା ସାମ୍ନାକୁ ଆଣିଛନ୍ତି ଶ୍ରୀମୟୀ। କହିଛନ୍ତି ମୁଁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଭାବେ କସରତ ଆରମ୍ଭ କରି ଦେଇଥିବାବେଳେ ମାର୍ଚ୍ଚ ୮ରେ ଦିଲ୍ଲୀ ଗସ୍ତରୁ ହଠାତ୍ ପାଣ୍ଡିଆନ୍ ଫେରି ମୋତେ - ତୁମ ସର୍ଭେ ରିପୋର୍ଟ ଖରାପ ଅଛି ବୋଲି କହିଥିଲେ। ତେଣୁ ସେ ଏମିତି କି ସର୍ଭେ କରିଥିଲେ ଯେ, ବିଜେଡିରୁ ଜଣେ ବି ଜିତିପାରିଲେନି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଶ୍ରୀମୟୀ।