ଜିଏସଟି ସଞ୍ଚୟ ଉତ୍ସବ ପାଳନ କରିବା ଲାଗି ଦେଶବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୩/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ପାର୍ବଣ ଋତୁରେ ‘ଜିଏସଟି ସଞ୍ଚୟ ଉତ୍ସବ’ ପାଳନ କରିବା ଲାଗି ସବୁ ଦେଶବାସୀଙ୍କୁ ପତ୍ର ଲେଖିଛନ୍ତି। ‘‘କମ୍ ଜିଏସଟି ଦରର ଅର୍ଥ ହେଉଛି - ପ୍ରତ୍ୟେକ ପରିବାର ପାଇଁ ଅଧିକ ସଞ୍ଚୟ ଏବଂ ବ୍ୟବସାୟଗୁଡ଼ିକ ଲାଗି ଅଧିକ ସୁବିଧା,’’ ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
‘‘ଚଳିତ ପାର୍ବଣ ଋତୁରେ, ଆସନ୍ତୁ ‘ଜିଏସଟି ସଞ୍ଚୟ ଉତ୍ସବ’ ପାଳନ କରିବା! ‘‘କମ୍ ଜିଏସଟି ଦରର ଅର୍ଥ ହେଉଛି - ପ୍ରତ୍ୟେକ ପରିବାର ପାଇଁ ଅଧିକ ସଞ୍ଚୟ ଏବଂ ବ୍ୟବସାୟଗୁଡ଼ିକ ଲାଗି ଅଧିକ ସୁବିଧା।’’