"ଏକ ପେଡ଼, ମାଆ କେ ନାମ" କାର୍ଯ୍ୟକ୍ରମ ଅନୁଷ୍ଠିତ ; ସବୁଜିମା ଭରା ଓଡ଼ିଶା ଗଠନ ହିଁ' ମୂଳ ଲକ୍ଷ୍ୟ

"ଏକ ପେଡ଼, ମାଆ କେ ନାମ"  କାର୍ଯ୍ୟକ୍ରମ ଅନୁଷ୍ଠିତ ; ସବୁଜିମା ଭରା ଓଡ଼ିଶା ଗଠନ ହିଁ' ମୂଳ ଲକ୍ଷ୍ୟ

ଖୁଣ୍ଟା,୧୭/୯ : ଖୁଣ୍ଟା ବନ ବିଭାଗ ଆନୁକୁଲ୍ୟରେ ସାନରାଇକାଳି ସଂଗ୍ରକ୍ଷିତ ଗ୍ରାମ୍ୟ ଜଙ୍ଗଲଠାରେ ଅନୁଷ୍ଠିତ ହୋଇଯାଇଛି "ଏକ ପେଡ଼, ମାଆ କେ ନାମ" କାର୍ଯ୍ୟକ୍ରମ। ଏହି ଅବସରରେ ଖୁଣ୍ଟା ଫରେଷ୍ଟର ଅର୍ପିତା ଦେବାଙ୍ଗନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉଦଳା ରେଞ୍ଜର ଜଗଦିଶ ଦାସ, ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରିପାଠୀ, ଡ଼େଙ୍ଗାମ ଫରେଷ୍ଟର ବିଦ୍ୟାଧର ପୃଷ୍ଟି ପ୍ରମୁଖ ଯୋଗଦେଇ ସବୁଜିମା ଭରା ଓଡ଼ିଆର ସ୍ବପ୍ନ ସାକାର କରିବାରେ" ମା’ ପାଇଁ ଗଛଟିଏ” ଅଭିଯାନର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୁଚାଇ ଥିଲେ । ଯେପରି ଜଣେ ବ୍ୟକ୍ତି ନିଜ ମାଆଙ୍କୁ ସମ୍ମାନ କରେ ଠିକ୍ ସେହିପରି ପ୍ରକୃତି ମା’ର ସମ୍ମାନ ଓ ସୁରକ୍ଷା ପାଇଁ ବୃକ୍ଷ ରୋପଣ କରିବା ସହ ଏକ ସ୍ଥାୟୀ ତଥା ସବୁଜ ଓଡିଶା ଗଠନ ଉପରେ ଆଲୋକପାତ କରିଥିଲେ । ଏବଂ ଏହି ଅଭିଯାନର ଲକ୍ଷ୍ୟ ହାସଲ କରିବାରେ ସଭିଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ସୁଚାଇଥିଲେ ।

ଏହି ପରିପେକ୍ଷୀରେ ଅତିଥିମାନଙ୍କ ସମେତ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନଙ୍କ ଦ୍ବାରା ଏକ ହଜାରରୁ ଊର୍ଦ୍ଧ୍ବ ଚାରା ରୋପଣ କରାଯାଇଥିଲା l ସେହିପରି ଖୁଣ୍ଟା ବ୍ଲକ ଅଧିନରେ ଥିବା ପ୍ରତ୍ୟେକ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ " ଏକ ପେଡ଼, ମାଆ କେ ନାମ" କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ମାଧ୍ୟମରେ ବ୍ଲକ ଅଧିନରେ ୫୨ଟି ସ୍ଥାନରେ ୭ହଜାର ଏବଂ ଗୋପବନ୍ଧୁ ନଗର ବ୍ଲକ ଅଧିନରେ ଥିବା ବିଭିନ୍ନ ପଞ୍ଚାୟତର ୬୨ଟି ସ୍ଥାନରେ ମୋଟ ୬ ହଜାର ୫ ଶହଟି ଗଛର ଚାରା ରୋପଣ କରାଯାଇଥିବା ଜଣାପଡ଼ିଛି ।