ବାର୍ଦ୍ଧକ୍ୟକୁ ହରାଇ ପଦ୍ମାବତୀ ଶହେ ବର୍ଷ ପରେ ବି ଗଢି ଚାଲିଛନ୍ତି ଗୋଟେ ପରେ ଗୋଟେ ମନ୍ଦିର
ଭୁବନେଶ୍ବର,୩୦/୧ : ଆମ ଓଡିଶାର ରାଜଧାନୀ ମନ୍ଦିର ମାଳିନୀ ଭୁବନେଶ୍ୱର ଅଟେ l ଏଠାରେ ଅନେକ ମନ୍ଦିର ରହିଛି l ସେଥି ମଧ୍ୟରୁ ରାମ ମନ୍ଦିର, ଲିଙ୍ଗରାଜ ମନ୍ଦିର, କେଦାର ଗୌରୀ ମନ୍ଦିର ଅନ୍ୟତମ ଅଟେ l ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ନିକଟରେ ଥିବା ଧବଳହାର ଗ୍ରାମରେ ରୁହନ୍ତି ଶତାୟୁ ମହିଳା ପଦ୍ମାବତୀ ଦାସ l
ବୟସର ଅପରାହ୍ନରେ ସେ ବେଶ ଚଳ ଚଞ୍ଚଳ l ତାଙ୍କ ଜୀବନ କାଳ ମଧ୍ୟରେ ୨୦ଗୋଟି ମନ୍ଦିର ତୋଳି ସାରିଲେଣି l ସାମାଜିକ ଗଣ ମାଧ୍ୟମରେ ଏହି ମା’ଙ୍କ ବିଷୟରେ ପ୍ରକାଶିତ ହେଲା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ପହଞ୍ଚିଥିଲେ ମା ପଦ୍ମାବତୀଙ୍କ ବାସଭବନରେ l ମା’ପଦ୍ମାବତୀ ନା କୋଟିପତି ଅଟନ୍ତି ନା ବହୁତ ଟଙ୍କା ତାଙ୍କ ପାଖରେ ଅଛି । କିନ୍ତୁ ଭଗବାନଙ୍କ ପାଇଁ ମନ୍ଦିର ତୋଳିବାର ପ୍ରଚେଷ୍ଟା ଜାରି ରଖିଛନ୍ତି l ଜାଣି ଦୁଖୀ ହେବେ ଯେ ମା ପଦ୍ମାବତୀ ଏହି ମନ୍ଦିର ତୋଳିବା ପାଇଁ ଭିକ୍ଷା କରିଥାନ୍ତି l ତା ପରେ ବି ନାହିଁ ଗର୍ବ l କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସାମାଜିକ ଓ ସଂସ୍କୁତିକ କାର୍ଯ୍ୟକ୍ରମ କରିଥାନ୍ତି l ଏହି ମନ୍ଦିର ମା ବିଷୟରେ ଜାଣିବା ପରେ ତାଙ୍କର ମନୋବଳ ବଢାଇବା ଓ ସମ୍ମାନ ପାଇଁ ତାଙ୍କ ନିକଟରେ ଟ୍ରଷ୍ଟର କର୍ମକର୍ତ୍ତା ଯାଇଥିଲେ l ମା’ଙ୍କ ପାଇଁ ମହାପ୍ରଭୁଙ୍କ ପଟଚିତ୍ର, ମହାପ୍ରଭୁଙ୍କ ବାନା, ଶୁଭ କଳସ, ଶାଢ଼ୀ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା l
ଏହି ଘଟଣା ଦେଖି ମା’ ପଦ୍ମାବତୀ ଖୁସୀରେ ବିଭୋର ଥିଲେ l ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି କହିଥିଲେ ମା’ ତତେ ଅନନ୍ତ କୋଟି ପ୍ରଣାମ l ଆଜିର କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ତପନ କୁମାର ନାଥ, ଆକାଶ ଦାସ, ସରୋଜ କୁମାର ସାମଲ, ମକର ବେହେରା ଓ ଟ୍ରଷ୍ଟର ସହଯୋଗୀ ଗୌରାଙ୍ଗ ନାୟକ ଉପସ୍ଥିତ ଥିଲେ l

Editor 


