ଯାତ୍ରା ପେଣ୍ଡାଲରେ ମହାଭାରତର ଦୁର୍ଯ୍ୟୋଧନ

ଯାତ୍ରା ପେଣ୍ଡାଲରେ ମହାଭାରତର ଦୁର୍ଯ୍ୟୋଧନ

ଭୁବନେଶ୍ୱର,୫/୪ : ଯାତ୍ରା ଅଭିନେତ୍ରୀ ତଥା ପ୍ରଯୋଜିକା ରାଣୀ ପଣ୍ଡା ଯାତ୍ରା ଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା ମଞ୍ଚରେ ଅଭିନୟ କରିବେ।

ଏକ ଭିଡିଓରେ ରାଣୀ ପଣ୍ଡା କହିଛନ୍ତି, ମୁଁ ଆପଣମାନଙ୍କୁ କହିଥିଲି ବଲିଉଡ୍‌ର ଜଣେ ସୁପରଷ୍ଟାର ମୋ’ ଯାତ୍ରାରେ ଅଭିନୟ କରିବେ ଯାହା ପୂର୍ବରୁ ଜଣାଇଥିଲି। ଆଜି ସେହି ସୁଯୋଗ ମିଳିଛି। ଆଉ ସେହି ସୁପରଷ୍ଟାର ଆଉ କେହି ନୁହନ୍ତି ସେ ହେଉଛନ୍ତି ପୁନିତ୍‌ ଇସର। ଯିଏ କି ମହାଭାରତରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରି ଘରେ ଘରେ ବେଶ୍‌ ପରିଚିତି ଲାଭ କରିଛନ୍ତି। 

ସେ ଅନେକ ସିନେମାରେ ମଧ୍ୟ ଅଭିନୟ କରି ସାରିଛନ୍ତି । ଏଥର ଆପଣମାନେ ତାଙ୍କୁ ମୋ’ ଯାତ୍ରା ମଞ୍ଚ ‘ନାଟ୍ୟମଣ୍ଡପ’ରେ ଦେଖିବାର ସୁଯୋଗ ପାଇବେ । ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ ସେ ନିଶ୍ଚିତ ଯାତ୍ରାରେ ବି ଭଲ ଅଭିନୟ କରିବେ ବୋଲି ମୋର ଆଶା ବୋଲି ରାଣୀ କହିଛନ୍ତି । ସେହିପରି ପୁନିତ ମଧ୍ୟ ଓଡ଼ିଶାବାସୀଙ୍କୁ କହିଛନ୍ତି, ଡେଞ୍ଜର ଦୁର୍ଯ୍ୟୋଧନ ଆପଣଙ୍କ ସାମ୍ନାକୁ ଖୁବ୍‌ଶୀଘ୍ର ଆସୁଛି । ଆପଣମାନେ ମୋତେ ନିଶ୍ଚିତ ଆଶୀର୍ବାଦ କରିବେ।