ମୋ ପାଇଁ ପ୍ରତିଟି ଦିନ ନୃତ୍ୟ ଦିବସ : ବିପଞ୍ଚି ଦାସ

ଭୁବନେଶ୍ବର,୨୯/୪ : ଆଜି ଅନ୍ତର୍ଜାତୀୟ ନୃତ୍ୟ ଦିବସ । ସବୁ ନୃତ୍ୟ ଶିଳ୍ପୀ ଏବଂ ଗୁରୁଙ୍କ ପାଇଁ ଦିନ ଟିଏ । ଅତ୍ୟନ୍ତ ଖୁସିର ଦିନ । ମୁଁ ବିପଞ୍ଚି ଆପଣ ସମସ୍ତଙ୍କୁ ଏହି ନୃତ୍ୟ ଦିବସ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । କିନ୍ତୁ ଆମେ ଜାଣିବା ଦରକାର ଯେ ଏହି ନୃତ୍ୟ ଦିବସ ଆମେ କହିଁକି ପାଳନ କରୁଛୁ ।
ଏହି ଦିନ ଅର୍ଥାତ ୧୭୨୭ ଏପ୍ରିଲ ୨୯ ରେ ପ୍ୟାରିସରେ Jean-georges Noverre ଜନ୍ମ ଗ୍ରହଣ କରିଥିଲେ । ସେ ହେଉଛନ୍ତି ballet ନର୍ତ୍ତକ ଓ mordern ballet ର ପ୍ରତିଷ୍ଠାତା ଓ ସେ french ନର୍ତ୍ତକ । ନୃତ୍ୟ ସଂଯୋଜକ ମଧ୍ୟ । ସେ frenchରେ ୧୮୧୦ରେ ଦେହତ୍ୟାଗ କରି ଥିଲେ । ତାଙ୍କ ଜନ୍ମଦିନକୁ (ITI) internation theater instuetର ସଦସ୍ୟମାନେ ୧୯୮୨ରେ ସ୍ଥିର କରିଥିଲେ ଯେ ଏହି ଦିନ ଟିକୁ ନୃତ୍ୟ ଦିବସ ଭାବେ ପଳାନ ହେବ । ଯାହା ସାରା ବିଶ୍ୱ ଏହି ଦିନକୁ ପାଳନ କରିବ ।
ନିଶ୍ଚିତ ଭାବେ ଏହା ଏକ ସୁନ୍ଦର କଥା । କିନ୍ତୁ ମୋ ମତରେ ଯଦି ଆମେ ଭାରତୀୟ ଓ ଆମେ ଓଡ଼ିଆ ଆମ ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟ ମାନ୍ୟତା ପାଇବା ଦିନକୁ ଯଦି ଆମେ ଆମ ନୃତ୍ୟ ଦିବସ ପାଳନ କରନ୍ତେ ଭଲ ହୁଅନ୍ତା । ମୋ ପାଇଁ ତ ପ୍ରତିଟି ଦିନ ମୋର ନୃତ୍ୟ ଦିବସ । କାରଣ ନର୍ତ୍ତକୀ ତା’ର ସାଧନା କରେ ଆଉ ତା’ପାଇଁ ସବୁ ଦିନ ହେଉଛି ନୃତ୍ୟ ଦିବସ ।
ଆଜି ଏହି ନୃତ୍ୟ ଦିବସ ପାଳନ ହେଉ । କିନ୍ତୁ ଯଦି ଆମ ସଂସ୍କୃତିକୁ ନେଇ ପାଳନ କରିବା ବୋଧେ ପ୍ରକୃତ ନୃତ୍ୟ ଦିବସ ଆମ ପାଇଁ ହୋଇପାରିବ ।
ବିପଞ୍ଚି ଦାସ ,ଓଡିଶୀ ନୃତ୍ୟ ଶିଳ୍ପୀ
ଭୁବନେଶ୍ୱର