ନିଖିଳ ଉତ୍କଳ କୈବର୍ତ୍ତ ସମାଜର ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, ୧୨/୯ : ନିଖିଳ ଉତ୍କଳ କୈବର୍ତ୍ତ ସମାଜ ରାଉରକେଲାର ୨୪ତମ ପ୍ରତିଷ୍ଠା ଦିବସ ସେକ୍ଟର ୪ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ପାଳିତ ହୋଇଯାଇଛି । କୈବର୍ତ୍ତ ସମାଜର ସଭାପତି ଜଗନ୍ନାଥ ବେହେରାଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ଭ୍ରମରବର ବେହେରାଙ୍କ ଆବାହକତ୍ଵ ଓ କାର୍ଯ୍ୟକାରୀ ସଭାପତି ନଟବର ବେହେରା ଙ୍କ ସଂଯୋଜନାରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ ।
ମୁଖ୍ୟ ଅତିଥି ଭାବେ ଡ଼ଃ ସୁମନ ଦତ୍ତ, ସମ୍ମାନିତ ଅତିଥି ଭାବେ କୃଷ୍ଣଚନ୍ଦ୍ର ବେହେରା ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତା ଓ ଦାୟିତ୍ଵବୋଧ କୁ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରମୋଦ ବେହେରା ଯୋଗଦେଇ ଅନୁଷ୍ଠାନର କର୍ମକର୍ତ୍ତାମାନେ ପରସ୍ପର ମଧ୍ୟରେ ଐକ୍ୟବଦ୍ଧତା, ସମଭାବାପନ୍ନ ତଥା ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ ମଧ୍ୟରେ କାମ କରିବା ପାଇଁ ଆହ୍ବାନ ଦେଇଥିଲେ। ସଭାପତି ଶ୍ରୀ ବେହେରା ରୌପ୍ୟଜୟନ୍ତୀ ପାଳନ ଅବ୍ୟବହିତ ପୂର୍ବରୁ ସମସ୍ତଙ୍କ ସହଯୋଗ କାମନା କରିଥିଲାବେଳେ ସମ୍ପାଦକ ଭ୍ରମରବର ଆଗାମୀ ଓ ବିଗତ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ଏହି ଅବସରରେ ଇସ୍ପାତ କାରଖାନାରେ କାର୍ଯ୍ୟରତ କିଛି ସଦସ୍ୟଙ୍କ ପଦୋନ୍ନତି ପାଇଁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଉପସଭାପତି କୁମୁଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସହ ସମ୍ପାଦକ ବନ୍ଧୁଆ ବେହେରା, ଅର୍ଜୁନ ଚରଣ ସାହୁ, ରବିନ୍ଦ୍ର ବେହେରା, ହରେକୃଷ୍ଣ ବେହେରା, ପବିତ୍ର ମୋହନ ବେହେରା, ଗୋପବନ୍ଧୁ ତରାଇ, ଅର୍ଜୁନ ଚରଣ ବେହେରା, ପ୍ରସନ୍ନ ମହାଳିକ, ସୁଧାଂଶୁ ଶେଖର ସାହୁ, ଜୟରାମ ବେହେରା,ଚନ୍ଦନ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।