ଖୁଣ୍ଟାର ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ କପ୍ତିପଦା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଖୁଣ୍ଟାର ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ କପ୍ତିପଦା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ବର,୧୦/୧୨ :  ଖୁଣ୍ଟା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଦେବରଞ୍ଜନ ବେହେରାଙ୍କ ଅକାଳ ବିୟୋଗ ଘଟିଥିବାବେଳେ ସୋମବାର ଉଦଳା ଉପଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ କପ୍ତିପାଦା ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସନ୍ତୋଷ ବାଛିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପଖଣ୍ତର ଡେପୁଟି କଲେକ୍ଟର ପ୍ରତୀକ ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ଥିଲେ।

ଏହି ଅବସରରେ ପରଲୋକ ହୋଇଥିବା ବରିଷ୍ଠ ସାମ୍ବାଦିକ ଦେବରଞ୍ଜନଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ନିର୍ବିବାଦୀୟ ବ୍ୟକ୍ତିତ୍ୱ ଓ ମେଳାପୀ ସ୍ଵଭା ଏବଂ ଦକ୍ଷ ସାମ୍ବାଦିକତାର ଛାପ ଛାଡିଯାଇଥିବା ଶ୍ରୀ ବେହେରା ଶିକ୍ଷା ଗ୍ରହଣର ସମାପ୍ତି ପରେ ରାଜନୀତି ଜୀବନ ଆରମ୍ଭ କରିଥିଲେ ମଧ୍ୟ ରାଜନୈତିକ ମୋହ ତାଙ୍କୁ ଦୀର୍ଘ ଦିନ ଧରି ବାନ୍ଧି ପାରିନଥିଲା ଏବଂ ସକ୍ରିୟ ରାଜନୀତିରୁ ଓହରି ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ ରାଜନୀତିରୁ ସାମ୍ବାଦିକତା ଜୀବନରେ ସେ ଅଞ୍ଚଳ ଓ ଲୋକଙ୍କ ପାଇଁ ରଚିଯାଇଥିବା ବିଭିନ୍ନ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଅତିଥିଗଣ ନିଜ ନିଜ ବ୍ୟକ୍ତବ୍ୟରେ ସୁଚାଇଥିଲେ । ଏହି ସ୍ମୃତି ସଭାରେ କପ୍ତିପଦା ଉପଖଣ୍ଡର ୪ ଗୋଟି ବ୍ଲକରେ କାର୍ଯ୍ୟରତ ଥିବା ବିଭିନ୍ନ  ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇ ତାଙ୍କର କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ । ତେବେ ଖୁଣ୍ଟା ବ୍ଲକ ଅଞ୍ଚଳରେ ଏକ ଦୈନିକ ଖବରକାଗଜର ସାମ୍ବାଦିକ ଭାବେ ଦୀର୍ଘ ୧୫ବର୍ଷ ରୁ ଅଧିକ ସମୟ ଧରି  ସାମ୍ବାଦିକତା କରୁଥିବା ଦେବରଞ୍ଜନଙ୍କର ଗତ ୩ ତାରିଖ ରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଦେହାନ୍ତ ହୋଇଥିଲା।

ଏପରିକି ତାଙ୍କ ଦେହାନ୍ତ ପରେ ଟଙ୍କା ପୈଠ କରି ନ ଥିବାରୁ ମୃତଦେହ କୁ ମେଡିକାଲ କର୍ତ୍ତୃପକ୍ଷ ଛାଡି ନ ଥିଲେ। ଯାହାକୁ ନେଇ ଉକ୍ତ ସ୍ମୃତିସଭାରେ ଉପଖଣ୍ଡସାମ୍ବାଦିକ ପରିବାର ପକ୍ଷରୁ  ଉଦବେଗ ପ୍ରକାଶ ପାଇଥିଲା।