୩ଟି ଭାଷାରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ପରବ'

ଭୁବନେଶ୍ବର,୧୦/୧୨ : ଓଡ଼ିଆ ସିନେମା ଶିଳ୍ପରେ ଦୀର୍ଘବର୍ଷ ପରେ ‘ଦମନ’, ‘ପ୍ରତୀକ୍ଷା’ ଭଳି ଫିଲ୍ମ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣିଥିବା ବେଳେ 'ପରବ' ମଧ୍ୟ ଧମାକା କରିବାକୁ ପ୍ରସ୍ତୁତ । ଏହି ଫିଲ୍ମ ୩ଟି ଭାଷା ତଥା ଓଡ଼ିଆ, ହିନ୍ଦୀ ଓ ତେଲଗୁ ଭାଷାରେ ପରଦାକୁ ଆସିବ । କେବଳ ଏତିକି ନୁହେଁ ହଲ୍ ରିଲିଜ ପରେ ଏହି ଫିଲ୍ମ ଓଟିଟିରେ ମଧ୍ୟ ଆସିବ । ଯାହାକୁ ନେଇ ବଲିଉଡ ଜଣାଶୁଣା ପାନ-ଇଣ୍ଡିଆ ଷ୍ଟୁଡ଼ିଓ 'ପାନୋରମା ଷ୍ଟୁଡ଼ିଓ' ସହ ହାତ ମିଳାଇଛନ୍ତି ଓଲିଉଡ ନିର୍ମାତା ଦୀପେନ୍ଦ୍ର ସାମଲ । ଏନେଇ ପନୋରମା ଷ୍ଟୁଡିଓ ସହ ଚୁକ୍ତିନାମା ସରିଥିବା ବେଳେ ସାରା ଦେଶରେ ୨୦୦ ସ୍କ୍ରିନରେ ଫିଲ୍ମ ରିଲିଜ ହେବ ବୋଲି କହିଛନ୍ତି ନିର୍ମାତା ଦୀପେନ୍ଦ୍ର ସାମଲ । ଯାହା ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏହା ଦ୍ୱାରା ବର୍ତ୍ତମାନ ପାନ ଇଣ୍ଡିଆରେ ଓଲିଉଡ଼ ସିନେମାକୁ ସ୍ୱୀକୃତି ମିଳିବା ନେଇ ଆଶାବ୍ୟକ୍ତ କରିଛନ୍ତି ନିର୍ମାତା ।
'ପରବ' ନିର୍ମାତା ଦୀପେନ୍ଦ୍ର ସାମଲ କହିଛନ୍ତି, ''ଆମର ଯାହା ଯୋଜନା ଥିଲା ଯେ 'ପରବ'କୁ ଆମେ ସେହି ସ୍ତରରେ ପହଞ୍ଚାଇବୁ । ସେନେଇ ଆମେ ଗୋଟିଏ ପାଦ ଆଗେଇଛୁ । ଯେଉଁଥିରେ ବଲିଉଡ ଜଣାଶୁଣା ପାନ-ଇଣ୍ଡିଆ ଷ୍ଟୁଡ଼ିଓ ପାନୋରମା ଷ୍ଟୁଡିଓ ଆମ ଓଡ଼ିଆ ଫିଲ୍ମକୁ ପ୍ରାଥମିକତା ଦେଇଛନ୍ତି । ଆଞ୍ଚଳିକ କଣ୍ଟେଣ୍ଟକୁ ପ୍ରାଥମିକତା ଦେଇଛନ୍ତି । ଆଉ ଧୀରେ ଧୀରେ ଏଥିପ୍ରତି ଫୋକସ୍ କରୁଛନ୍ତି । ସାରା ଦେଶରେ 'ପରବ' ରିଲିଜ ନେଇ ନିର୍ମାତା ଦୀପେନ୍ଦ୍ର ସାମଲ କହିଛନ୍ତି, ''ପାନୋରମା ଷ୍ଟୁଡିଓ 'ପରବ'କୁ ସାରା ଦେଶରେ ଫିଲ୍ମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ସେମାନେ 'ପରବ'କୁ ସାଟେଲାଇଟ ଠାରୁ ଆରମ୍ଭ କରି ଓଟିଟିରେ ରିଲିଜ କରିବାର ଦାୟିତ୍ୱ ନେଇଛନ୍ତି ।
'ପରବ' ରିଲିଜ ନେଇ ସେ କହିଛନ୍ତି, ଆମେ 'ପରବ' କୁ ୩ଟି ଭାଷାରେ ରିଲିଜ କରିବ। ଓଡ଼ିଆ, ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରିଲିଜ କରିବାର ଯୋଜନା ରହିଛି । ଆମେ ଚାହୁଁଛୁ ଓଡ଼ିଆ ଏବଂ ହିନ୍ଦୀ ଏକାସାଙ୍ଗେ ରିଲିଜ କରିବାକୁ ଚାହୁଁଛୁ । ଓଡ଼ିଆ ଫିଲ୍ମ ଡିସେମ୍ୱର ୨୦ରେ ରିଲିଜ ହେବ । ହିନ୍ଦୀ ଏକାସାଙ୍ଗେ ରିଲିଜ କରିବାକୁ ଚାହୁଁଛୁ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ ନଜର ଆସିବେ । ଏଥି ସହିତ ଦିପନ୍ବୀତ, ସୂର୍ଯ୍ୟମୟୀ,ଚୈ।ଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମ ରିଲିଜ ନେଇ ଦୀପେନ୍ଦ୍ର କହିଛନ୍ତି, 'ପରବ' ସାରା ଭାରତରେ ୨୦୦ଟି ସିନେମା ହଲରେ ରିଲିଜ ହେବ । ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଆମେ ଏକାଠି ରିଲିଜ କରିବାକୁ ଚେଷ୍ଟା କରୁଛୁ । ଏହାର ୧୦ ଦିନ ପରେ ତେଲୁଗୁ ଭାଷାରେ ରିଲିଜ କରିବାର ଯୋଜନା କରିଛୁ ।
କହିରଖୁଛୁ କି, ଜେପି ମୋସନ ପିକ୍ଚର୍ସ ବ୍ୟାନରରେ ତଥା ଦୀପେନ୍ଦ୍ର ସାମଲଙ୍କ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଚିନ୍ମୟ ଦାସ । ଏଥିରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅନୁଙ୍କ ସମେତ ଜାତୀୟ ପୁରସ୍କାର ବିଜେତା 'ପ୍ରତୀକ୍ଷା ଏବଂ ଦମନ ଅଭିନୀତ ଅଭିନେତା ଦିପାନ୍ୱିତ ଦାସମହାପାତ୍ର, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କ ସମେତ ଅନେକ ତାରକା ନଜର ଆସିବେ । ତେବେ ଅନୁ ଚୌଧୁରୀ ଏହି ଫିଲ୍ମରେ ଅଭିନୟ କରିବା ସହ ସହ-ନିର୍ମାତା ସହ ଅଭିନେତ୍ରୀ ଭାବେ ବି ନଜର ଆସିବେ ।ଏହାର ପ୍ରଚାର ପ୍ରସାର ସହ କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ। 'ପରବ'ର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଓଡ଼ିଶାର ସୀମା ବିବାଦ ଓ ସମ୍ବେଦନଶୀଳ ବିଷୟକୁ ଆଧାର କରି ନିର୍ମିତ ହୋଇଛି । ଓଡ଼ିଶାର ବିବାଦୀୟ ଘଟଣା ମହାନଦୀ ପ୍ରସଙ୍ଗ ହେଉ ଅବା କୋଟିଆ- ଆନ୍ଧ୍ର ପ୍ରସଙ୍ଗ ହେଉ ଏହି ଘଟଣାମାନକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି । ଜେପି ମୋସନ ପିକ୍ଚର୍ସ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ଚିନ୍ମୟ ଦାସ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଏହି ଫିଲ୍ମ ମଧ୍ୟ ଦମନ ପରି ଲୋକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା ।