୨୮ରେ ଓଡିଶା ଆସୁଛନ୍ତି ନଡ୍ଡା- ରାହୁଲ

୨୮ରେ ଓଡିଶା ଆସୁଛନ୍ତି ନଡ୍ଡା- ରାହୁଲ

ଭୁବନେଶ୍ୱର,୨୬/୪ : ଆସନ୍ତା ୨୮ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ଓ କଂଗ୍ରେସର ଦୁଇ ଟାଣୁଆ ନେତା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ଏମପି ରାହୁଲ ଗାନ୍ଧୀ । ଏହି ଦୁଇ ହେଭିଓ୍ବେଟଙ୍କ ଗସ୍ତକୁ ନେଇ ଉଭୟ ଦଳର କର୍ମୀ ଏବେ ଉତ୍ସାହିତ ହୋଇପଡ଼ିଛନ୍ତି ।

ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ଆସନରୁ ୨ଲୋକସଭା ବ୍ରହ୍ମପୁର ଏବଂ ନବରଙ୍ଗପୁର ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଜେ.ପି ନଡ୍ଡା । ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧନ କରିବାକୁ ଥିବାବେଳେ ନବରଙ୍ଗପୁରରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ ନଡ୍ଡା ।

ସେହିପରି ରବିବାର ସାଲେପୁରରେ ନିର୍ବାଚନୀ ସଭା କରିବା ସହ ରାଲି କରିବେ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ସଭାରେ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରୁ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେବେ । ଏହି ଅବସରରେ ରାହୁଲ ଗାନ୍ଧୀ କଟକ ଜିଲ୍ଲା ସତ୍ୟଭାମାପୁର, ଉତ୍କଳ ଗୌରବ ମଧୁସୂଧନ ଦାସଙ୍କ ଜନ୍ମପୀଠରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର।