ରାଉରକେଲାଠାରୁ ହାଓଡା ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ

ରାଉରକେଲା,୧୬/୯ : ରବିବାର ରାଉରକେଲା ରେଳଷ୍ଟେସନଠାରେ ରାଉରକେଲାରୁ ଦ୍ବିତୀୟ ଏବଂ ଓଡିଶା ଦେଇ ଗତି କରୁଥିବା ପଞ୍ଚମ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରାଯାଇଥିଲା। ରାଞ୍ଚି ଠାରେ ଭର୍ଚୁଆଲ ମୋଡରେ ସବୁଜ ପତାକା ଦେଖାଇ ଏହି ବନ୍ଦେ ଭାରତ ଟ୍ରେନ ସମେତ ୬ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଓଡିଶାର ରାଜ୍ଯପାଳ ରଘୁବର ଦାସଙ୍କ ସମେତ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ଦକ୍ଷିଣ-ପୂର୍ବ ରେଳ ଡିଭିଜନ ଏଜିଏମ ସୁବୋଦ୍ର ମଜୁମଦାର, ଦକ୍ଷିଣ-ପୂର୍ବ ଏଡିଆରଏମ୍, ପଶ୍ଚିମାଞ୍ଚଳ ଡିଆଇଜି ନିତିଶେଖର, ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ସତ୍ଯବାନ ମହାଜନ, ରାଉରକେଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ, ରାଉରକେଲା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣିଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ ରେଳ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଓଡିଶା ରାଜ୍ଯପାଳ ରାଉରକେଲାରୁ ଦ୍ବିତୀୟ ଏବଂ ଓଡିଶା ଦେଇ ଗତି କରୁଥିବା ପଞ୍ଚମ ବନ୍ଦେ ଭାରତ ଟ୍ରେନ୍ ପାଇଁ ରେଳ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ରାଞ୍ଚି ଠାରେ ପ୍ରଧାନମନ୍ତ୍ରୀ ଏହି ଦୁଇଟି ଟ୍ରେନ୍ ସମେତ ୬ଟି ବନ୍ଦେ ଭାରତ ଟ୍ରେନକୁ ଭର୍ଚୁଆଲ ମୋଡରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବାରୁ ରାଜ୍ଯପାଳ ଧନ୍ୟବାଦ ଜଣାଇଛନ୍ତି। ଏହି ଅତ୍ଯାଧୁନିକ ଟ୍ରେନ୍ ଯୋଗୁଁ ଭାରତର ବିକାଶର ନୂଆ ଧାରା ଆସିପାରିବ ବୋଲି ଓଡିଶା ରାଜ୍ଯପାଳ ରଘୁବର ଦାସ କହିଥିଲେ।
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରାଉରକେଲାରୁ ହାଓଡ଼ା ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ଏହା ସହିତ ବନ୍ଦେ ଭାରତ ଟ୍ରେନକୁ ଏହି ସମୟରେ ହାଓଡା ପଟୁ ନଚଲାଇ ରାଉରକେଲା ପଟରୁ ଚଲାଇଥିଲେ, ରାଉରକେଲାବାସୀ ବେଶୀ ଉପକୃତ ହୋଇପାରିଥାନ୍ତେ ବୋଲି ଶ୍ରୀ ଓରାମ ତାଙ୍କ ବକ୍ତବ୍ୟରେ କହିଥିଲେ। ସେଥିପାଇଁ ଶ୍ରୀ ଓରାମ ଜନସାଧାରଣଙ୍କ ନିକଟରେ ଦାବି ରଖିବା ସହିତ ରେଳମନ୍ତ୍ରୀ ଏବଂ ରେଳ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ବନ୍ଦେ ଭାରତ ଟ୍ରେନ ଚାଲିବା ବିକାଶର ନୂଆ ଧାରା ସୃଷ୍ଟି ହେବା ସହିତ ପ୍ରଗତି ହୋଇପାରିବ ବୋଲି ଆଶା ପ୍ରକଟ କରିଥିଲେ। ଅନ୍ଯାନ୍ଯ ଟ୍ରେନ୍ ପାଇଁ ରେଳ ବିଭାଗ ସହିତ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।