୨୧ରେ କଳିଙ୍ଗ ଷ୍ଟାଡିୟମରେ ହେବ ବିଶାଳ ଗଣଦୌଡ଼ ; ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ଆସନ୍ତା ୨୧ ତାରିଖ ସକାଳ ୭ଟା ସମୟରେ ଦେଶର ୭୫ଟି ସହରରେ ୧୦ ଲକ୍ଷ ଯୁବକଙ୍କୁ ନେଇ ଗଣଦୌଡର ଆୟୋଜନ କରାଯାଇଛି। ଏହି ଗଣଦୌଡର ବାର୍ତ୍ତା ହେଉଛି ‘ନିଶା ମୁକ୍ତ ଭାରତ’।
ଏହିକ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ବିଶାଳ ଗଣଦୌଡର ଆୟୋଜନ କରାଯାଇଛି। ଏହି ଗଣଦୌଡକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିବେ।
ଆଜି ମୁଖ୍ୟମନ୍ତ୍ରୀ ଏହି ଗଣଦୌଡର ଜର୍ସି ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏକ ମହତ ବାର୍ତ୍ତା ନେଇ ଆୟୋଜନ ହେଉଥିବା ଏହି ଗଣଦୌଡରେ ବିପୁଳ ସଂଖ୍ୟକ ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Editor 


