ଦଶହରା ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ ହାଇଟେକ ମେଡ଼ିକାଲ କଲେଜର ଚେୟାରମ୍ୟାନ ତିରୁପତି ପାଣିଗ୍ରାହୀ

ଦଶହରା ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ ହାଇଟେକ ମେଡ଼ିକାଲ କଲେଜର ଚେୟାରମ୍ୟାନ ତିରୁପତି ପାଣିଗ୍ରାହୀ

ଭୁବନେଶ୍ବର, ୨/୧୦ : ସାରା ରାଜ୍ୟରେ ପାଳିତ ହେଉଛି ଦୁର୍ଗା ପୂଜା । ଦେବୀ ଦୁର୍ଗାଙ୍କ ଆଶିଷ ଲାଭ କରିବା ପାଇଁ କାହିଁ କେଉଁଆଡୁ ଭକ୍ତଙ୍କ ସୁଅ ଛୁଟୁଛି । ଦେବୀ ଦୁର୍ଗା ସମସ୍ତଙ୍କ ମଙ୍ଗଳ କାମନା କରନ୍ତୁ ବୋଲି ସମସ୍ତେ ଚାହିଁଛନ୍ତି । ରାଜଧାନୀର ଗଳିକନ୍ଦିରେ ପୂଜାକୁ ଜୋରସୋରରେ ପାଳନ କରାଯାଉଛି । ଭକ୍ତମାନେ ଆନନ୍ଦ ଉଲ୍ଲାସରେ ଦେବୀଙ୍କ ଦର୍ଶନ କରି ଘରକୁ ଫେରିଛନ୍ତି । ପୂଜା ମାହୋଲ ସରଗରମ ଥିବାବେଳେ ସମସ୍ତେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ହାଇଟେକ ମେଡିକାଲ ଚେୟାରମ୍ୟାନ ତିରୁପତି ପାଣିଗ୍ରାହୀ ସମସ୍ତଙ୍କୁ ଶୁଭେଛା ଦେଇଛନ୍ତି । ଦେବୀ ଦୁର୍ଗା ସମସ୍ତଙ୍କୁ ଶାନ୍ତିରେ ରଖନ୍ତୁ ବୋଲି ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ।