ସମ୍ବଲପୁରରେ ଉତ୍ତରାଞ୍ଚଳ ଆରଡିସି ଅଫିସ ଘେରିଲା ବିଜେଡି

ସମ୍ବଲପୁରରେ ଉତ୍ତରାଞ୍ଚଳ ଆରଡିସି ଅଫିସ ଘେରିଲା ବିଜେଡି

ସମ୍ବଲପୁର , ୨୧/୭ : ସମ୍ବଲପୁରରେ ବିଜେଡିର ଉତ୍ତରାଞ୍ଚଳ ଆରଡ଼ିସି ଅଫିସ ଘେରାଉ l ବାଲେଶ୍ୱରର  କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ସହ ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ଅତ୍ୟାଚାର ପ୍ରସଙ୍ଗରେ ଆଜି ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀଙ୍କ ନେତୃତ୍ୱରେ ପ୍ରଥମେ ଆରଡିସି  ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ସଭା ହୋଇଥିଲା l ଏହି ସଭାରେ ଉତ୍ତରାଞ୍ଚଳ ଆରଡ଼ିସିଙ୍କ ଅଧୀନ ରେ ଥିବା ସମସ୍ତ ଜିଲ୍ଲା ର ବିଜେଡି ଜନ ପ୍ରତିନିଧି ଓ ବିଧାୟକ ସବୁ ଯୋଗଦାନ କରିଥିଲେ l ଏହି ସଭା ରେ ରାଜ୍ୟ ବିଜେପି ସରକାର ବିରୁଦ୍ଧରେ ବର୍ଷିଥିଲେ ବିଜେଡି ନେତା l ଶେଷରେ ବିଜେଡି ବିଧାୟକ ମାନଙ୍କ ଏକ ଟିମ ଉତ୍ତରାଞ୍ଚଳ ଆରଡ଼ିସି  ଙ୍କୁ ସାକ୍ଷାତ କରିବା ସହ ରାଜ୍ୟପାଳ ଙ୍କ ଇଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଥିଲେ l

ଏହି ଅବସର ରେ ରେଢ଼ାଖୋଲ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ  ବର୍ତ୍ତମାନ ରାଜ୍ୟ ରେ ଯେଉଁଭଳି ଅସାଧାରଣ  ବିଶୃଙ୍ଖଳା ଅଛି ତାହା ଆମେ କେବେ ଦେଖିନଥିଲୁ l ଏଥିପାଇଁ ଆମେ, ରାଜ୍ୟ ବାସୀ ତଥା ଭାରତବାସୀ ଲଜ୍ଜିତ ଅଟୁ l ପ୍ରତ୍ୟେକ ଦିନ ହତ୍ୟା, ନାରୀ ଅପହରଣ, ଧର୍ଷଣ ପରି ଅପରାଧ ହେଉଥିବା ଦେଖିବାକୁ ମିଳୁଛି l ନାରୀମାନେ ଏବେ ରାସ୍ତା ରେ କି ଶିକ୍ଷା ଅନୁଷ୍ଠାନ ରେ ସୁରକ୍ଷିତ ନୁହନ୍ତି l ଏଫଏମ କଲେଜ ରେ ଛାତ୍ରୀ ଙ୍କ ଆତ୍ମହତ୍ୟା, ପୁରୀ ଜିଲ୍ଲାର ବଳଙ୍ଗାରେ ଜଣେ ଛାତ୍ରୀ ଙ୍କୁ ନିଆଁ ଲଗେଇଦେଲେ l  ତେବେ ରାଜ୍ୟ ସରକାର କିଛି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି l ବର୍ତ୍ତମାନ ରାଜ୍ୟ ସରକାର ଙ୍କ ପ୍ରଶାସନିକ ଅଭିଜ୍ଞତାର ଅଭାବ ରହିଛି ତଥା ପ୍ରଶାସନକୁ ନିୟନ୍ତ୍ରଣ ରେ ରଖି ପାରୁନାହାନ୍ତି l ବର୍ତ୍ତମାନ ର ସରକାର ପାଖରେ ଦୁରଦୃଷ୍ଟି, ଅଭିଜ୍ଞତା,  ଇଚ୍ଛାଶକ୍ତି ର ଅଭାବ ରହିଛି l ତେଣୁ ଏହିଭଳି ପରିସ୍ଥିତି ଉପୁଜିଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ l ନାରୀ ବିରୋଧ ରେ ଅପରାଧ ରେ ବର୍ତ୍ତମାନ ଓଡିଶା ଉତ୍ତର ପ୍ରଦେଶ ଓ ବିହାର ଠାରୁ ଉର୍ଦ୍ଧ ରେ ରହିଛି ବୋଲି ସେ ଆହୁରି କହିଛନ୍ତି l

ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ କହିଛନ୍ତି ରାଜ୍ୟ ସରକାର ଅପାରଗ, ଏମାନେ ସରକାର ଚଲେଇ ଜାଣୁ ନାହାଁନ୍ତି l ପୋଲିସ ବିଭାଗ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହୁ ନାହିଁ l ଗତ ଗୋଟିଏ ମାସ ଭିତରେ ରାଜ୍ୟର ଟି ନାରୀ ବିରୋଧୀ ଅପରାଧ ହୋଇଛି l