ମଣ୍ଡିରୁ ଧାନ ନ ଉଠିବା ଯୋଗୁଁ ଚିତ୍ରାଙ୍ଗପାଲ୍ଲୀ ପଂଚାୟତବାସିଙ୍କ ରାସ୍ତା ଅବରୋଧ
ମାଲକାନଗିରି,୧୯/୩ : ମଣ୍ଡିରୁ ଦୀର୍ଘ ଦିନ ହେଲା ଉଠିପାରୁନି ଧାନ । ଖରା ବର୍ଷା ଖାଇ ଧାନ ନଷ୍ଟ ହେବାକୁ ବସିଲାଣି । ବିଭାଗୀୟ ଅଧିକାରୀଙ୍କୁ ଅବଗତ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଶେଷରେ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ ।
ମାଲକାନଗିରି ଜିଲ୍ଲା ଚିତ୍ରାଙ୍ଗପାଲି ପଂଚାୟତରେ ଏପରି ଘଟଣା ଦେଖିବାକୁ ମିଳିଛି । ଇତି ମଧ୍ୟରେ ୫ଟି ମଣ୍ଡି ଗଲାଣି କିନ୍ତୁ ଚାଷୀଙ୍କ ଧାନ ଉଠିପାରିନାହିଁ । ଚାଷୀଙ୍କ ଟୋକନ ଅବଧି ଶେଷ ହେବାକୁ ବସିଲାଣି । ଅସନ୍ତୋଷ ଚାଷୀ ପଟେରୁ ନିକଟରେ ଜାତୀୟ ରାଜପଥ ରାଞ୍ଚି ବିଜୟୱାଡାକୁ ଅବରୋଧ କରିଥିଲେ । ରାସ୍ତା ଅବରୋଧ ଯୋଗୁଁ ବହୁ ଯାନ ବାହାନ ଉଭୟ ପଟେ ଅଟକି ରହିଥିଲା । ଯେ ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠିନାହିଁ ରାସ୍ତା ରୋକ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

Editor 


