ଶ୍ରୀ ଜୀଉ ଙ୍କ ସନ୍ଧ୍ୟା ଦର୍ଶନ ଓ ବାହୁଡା଼ ଯାତ୍ରା...
ସାମ୍ୟ, ମୋତ୍ରୀ, ଜ୍ଞାନ, ଭକ୍ତି, ଶକ୍ତି ଓ ସର୍ବଧର୍ମ ସମନ୍ୱୟ ର ଏକତ୍ରିଭୁତ ପରିପ୍ରକାଶ ହିଁ ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା l ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ଚତୃଦ୍ଧlମୂର୍ତ୍ତି ଙ୍କ ର ଶ୍ରୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କୁ ରଥଯାତ୍ରା କୁହାଯାଏ l ଉତ୍କଳୀୟ ସଂସ୍କୃତି ଓ ଜଗନ୍ନାଥ ଧର୍ମ ପରସ୍ପର ପରିପୂରକ l ବାରମାସରେ ତେରପର୍ବ ମଧ୍ୟରୁ ରଥଯାତ୍ରା ଏକ ଅନନ୍ୟ ପର୍ବ l ଶ୍ରୀ ମନ୍ଦିର ର ସମସ୍ତ ଐଶଯ୍ୟପୁର୍ଣ ସେବା ରେ ନ ରହି ରତ୍ନସିଂହାସନ ନ ଛାଡି ଚତୃଦ୍ଧl ମୂର୍ତ୍ତି ବଡ଼ ଦାଣ୍ଡ କୁ ଚାଲି ଆସନ୍ତି l ଶ୍ରୀ ଗୁଣ୍ଡିଚା ଘର ହେଉଛି ଶ୍ରୀ ଜୀଉ ମାନଙ୍କ ର ଜନ୍ମସ୍ଥଳୀ ବା ଜନ୍ମ ପିଠ l ଏହାକୁ ଜନ୍ମ ବେଦୀ, ଅନ୍ତବେଦୀ, ଯଜ୍ଞ ନୃସିଂହ ପିଠ, ଆଡପ ମଣ୍ଡପ ରୂପେ ଅଭିହିତ କରାଯାଇଛି l ଶ୍ରୀ ଜୀଉ ମାନଙ୍କ ର ଦର୍ଶନ ଅନେକ ରହିଛି ସେଗୁଡିକ ମଧ୍ୟରୁ ସନ୍ଧ୍ୟା ଦର୍ଶନ ର ମହତ୍ୱ ଅନେକ ରହିଛି l ସ୍କନ୍ଧ ପୁରାଣ ରେ ବର୍ଣିତ ଅଛି ନୀଳାଦ୍ରି ରେ ଦଶବର୍ଷର ଦର୍ଶନ ଫଳ ଗୁଣ୍ଡିଚା ମଣ୍ଡପରେ ଗୋଟିଏ ଦିନରେ ଦର୍ଶନ ସହିତ ସମାନ l ଦିବସ ଦର୍ଶନ ର ଫଳ ଅପେକ୍ଷା ସନ୍ଧ୍ୟା ଦର୍ଶନ ର ଫଳ ଦଶଗୁଣ ଅଧିକା l ଶୁକ୍ଳପକ୍ଷ ଚତୃଥୀ ଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ ହୁଏ ଏଥିପାଇଁ ରୋଷଘର ରହିଅଛି, ଭୋଗ ପ୍ରସ୍ତୁତ ହୋଇ ସରିବା ପରେ ରୀତି ଅନୁସାରେ ଶ୍ରୀଜୀଉ ମାନଙ୍କୁ ଅପ୍ରଣ କରିସାରିବା ପରେ ବିମଳା ମା ଙ୍କୁ ପ୍ରସାଦ ସମର୍ପିତ କରାଯାଏ l ଆଡପ ଅବସ୍ଥାନ ଏକ ପ୍ରଧାନ ପର୍ବ l ପଞ୍ଚମୀ ଦିନ ମା ଲଷ୍ମୀ ଗୁଣ୍ଡିଚା ଘରକୁ ଯାଆନ୍ତି ରଥ ନିକଟରେ ବନ୍ଦାପନା ଓ ଚାମର ଆଲଟ ସେବା ହୁଏ l ଏହା ପରେ ମହାଲକ୍ଷ୍ମୀ ରଥର ଖଣ୍ଡିଏ କାଠ ଭାଙ୍ଗିଦେଇ ଅଭିମାନ ରେ ହେରା ଗୋହିରିସାହି ବାଟେ ଶ୍ରୀ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି l ନବମୀ ଦିନ ଭକ୍ତମାନେ ସନ୍ଧ୍ୟା ସମୟ ରେ ଯେଉଁ ଦର୍ଶନ କରିଥାନ୍ତି ତାହାକୁ ସନ୍ଧ୍ୟା ଦର୍ଶନ କୁହାଯାଏ l ଏହା ଅତ୍ୟନ୍ତ ପୁର୍ଣଦାୟକ l ବିଶ୍ୱାସ ଥାଏ ଆଡପ ଅଭଡ଼ା ପାଇଁ ପିତୃ ଲୋକ ଅପେକ୍ଷା ରେ ରହିଥାନ୍ତି l ସେମାନେ ସନ୍ତୁଷ୍ଟ ହୁଅନ୍ତି ନୀଳାଚଳ ଅଭଡ଼ା କଣିକାଏ ପାଇ l ବାହୁଡା଼ ଦିନ ସମସ୍ତ ନୀତିକାନ୍ତି ପରେ ଶ୍ରୀ ଜୀଉ ମାନଙ୍କୁ ଧାଡି ପହଣ୍ଡି ରେ ରଥ ଉପରକୁ ନିଆଯାଏ l ଗଜପତି ମହାରାଜା ଙ୍କ ଛେରା ପହଁରା ପରେ ବାହୁଡା଼ଯାତ୍ରା ଆରମ୍ଭ ହୋଇ ଥାଏ l ପ୍ରଥମେ ବଳଭଦ୍ର ଙ୍କ ତାଳଦ୍ଵଜ ରଥ, ତା ପରେ ସୁଭଦ୍ରା ଙ୍କ ଦେବ ଦଳନ ରଥ ଓ ଶେଷ ରେ ଜଗନ୍ନାଥ ଙ୍କ ନନ୍ଦୀଘୋଷ ରଥଟଣା ହୋଇ ବଡ଼ଦାଣ୍ଡ ରେ ଶ୍ରୀ ମନ୍ଦିର ଆଡକୁ ଗଡିଚାଲେ l ବଡ଼ ଦାଣ୍ଡ ରେ ମାଉସୀ ମା ମନ୍ଦିର କିମ୍ବା ଅର୍ଦ୍ଧାସିନି ଦେବି ହେଉଛନ୍ତି ଜଗନ୍ନାଥ ଙ୍କ ମାଉସୀମା, ତେଣୁ ବଡ଼ ଦାଣ୍ଡ ରେ ମାଉସୀମା ଙ୍କ ମନ୍ଦିର ନିକଟରେ ନନ୍ଦିଘୋଷ ରଥ ଅଟକି ଯାଏ l ସ୍ନେହ ଆଉ ଭାବର ଠାକୁର ମାଉସୀ ମା ଙ୍କ ପୋଡ଼ ପିଠା ର ସୁସ୍ୱାଦ କୁ ଗ୍ରହଣ କରନ୍ତି l ତା ପରେ ଶ୍ରୀ ମନ୍ଦିର ଅଭିମୁଖେ ବଡ଼ ଦାଣ୍ଡ ରେ ରଥ ଗଡି ଚାଲେ l ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ଶ୍ରୀ ଜୀଉ ମାନଙ୍କ ର ସୁନାବେଶ ହୁଏ l ଏହି ବେଶ ରେ ମହାପ୍ରଭୁ ଅତ୍ୟନ୍ତ ମନୋରମ ଦୃଶ୍ୟମାନ ହୁଅନ୍ତି l ବଡ଼ ଦାଣ୍ଡ ରେ ଭକ୍ତଟିଏ ରଥ ଉପରେ ସୁନା ବେଶ ଦର୍ଶନ କରି ନେତ୍ର ପବିତ୍ର କରନ୍ତି l ବାହୁଡା଼ ଯାତ୍ରା ର ଅନ୍ୟ ପର୍ବ ଦ୍ୱାଦଶ ଦିନ ରଥ ଉପରେ ଅଧର ପଣା ନିତି ଅନୁଷ୍ଠିତ ହୋଇଥାଏ l ଶ୍ରୀ ଜୀଉ ମାନଙ୍କୁ ଅଧର ପଣା ନିତି ସମ୍ପନ ପରେ ମହାପ୍ରଭୁ ଙ୍କୁ ରତ୍ନସିଂହାସନ କୁ ବିଜେ କରିବାର ଆୟୋଜନ କରାଯାଏ l କ୍ରମନ୍ୱୟ ରେ ବଳଭଦ୍ର ଓ ସୁଭଦ୍ରା ଗୋଟି ପହଣ୍ଡି ରେ ବିଜେ କରନ୍ତି ମହାପ୍ରଭୁ ଜଗନ୍ନାଥ ଙ୍କ ପହଣ୍ଡି ବେଳେ ଭିତର ପଟୁ ମହାଜନ ସେବକ ମାନେ ଭିତରେ ପଟୁ ଲଷ୍ମୀ ଙ୍କ ଅନୁମତି ନେଇ କବାଟ କିଳି ଦିଅନ୍ତି ଅଭିମାନର ସହ l ଏହାପରେ ଶ୍ରୀ ଜଗନ୍ନାଥ ଓ ଲଷ୍ମୀ ଙ୍କ ମଧ୍ୟରେ ବଚନିକା (କଳି ) ହୋଇଥାଏ ଏହା ମାନବବାଦର ସୁନ୍ଦର ପାରିବାରିକ ସମ୍ପର୍କ ରୂପେ ଅଭିହିତ କରାଯାଇଛି l କଳି ସମାଧାନ ହେଲେ ମହାପ୍ରଭୁ ମା ଙ୍କୁ କୁହନ୍ତି ତୁମେ ରାଗନି l ଦ୍ୱାର ଖୋଲ ତୁମ ପାଇଁ ପାଟ ବସ୍ତ୍ର ରସଗୋଲା ଆଣିଛି l ଏହା ପରେ ମହାଲଷ୍ମୀ ଙ୍କ ମାନ ଭଞ୍ଜନ ହୁଏ l ରତ୍ନସିଂହାସନ କୁ ବିଜେକରିଥାନ୍ତି l
ବିକ୍ରମ କେଶରୀ ନାଥ ଗୋପାଳପୁର,
ମାହାଙ୍ଗା,
କଟକ
ମୋ : 9337309679

Editor 


