ଖଇରିଆ ଛାଡ଼ି ଧଳା ପିନ୍ଧିଲେ ପ୍ରଭାତ ବିଶ୍ୱାଳ

ଖଇରିଆ ଛାଡ଼ି ଧଳା ପିନ୍ଧିଲେ ପ୍ରଭାତ ବିଶ୍ୱାଳ

ଭୁବନେଶ୍ବର,୧୯/୪ : ଖଇରିଆ ପୋଷାକ ଛାଡ଼ି ଧଳା ପୋଷାକ ପିନ୍ଧି ଫେରିବା ପରେ ଓଏମପି ଛକରେ ପ୍ରଭାତ ବିଶ୍ୱାଳଙ୍କୁ ସମର୍ଥକମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଶତାଧିକ ମହିଳା ଯୁବକ ଏହି ସମ୍ବର୍ଦ୍ଧନାରେ ସାମିଲ ହୋଇଥିଲେ।

ପ୍ରଭାତ କହିଛନ୍ତି ଧଳା ପୋଷାକ ବହୁତ ପ୍ରେରଣା ଦେଉଛି । ୧୪ବର୍ଷ ପରେ ଖଇରିଆ ପୋଷାକ ଓଲ୍ହାଇଲି । ସମସ୍ତଙ୍କ ଭଲ ପାଇବା ରହିଛି । ଯେଉଁମାନେ ଖଇରିଆ ପୋଷାକ ପିନ୍ଧାଇ ଥିଲେ ତାଙ୍କୁ ପ୍ରଭୁ ଶାସ୍ତି ଦେଇଛନ୍ତି ଓ ଆହୁରି ଦେବେ। କିଛି କୁଚକ୍ରି ଗୋଷ୍ଠୀଙ୍କ ପାଇଁ ରାଜନୀତିରୁ ବଞ୍ଚିତ ହୋଇଥିଲି। ଚୌଦ୍ଵାର କଟକର ଜନତା ବହୁତ ଭଲ ପାଇବା ଦେଇଛନ୍ତି। ଏବେ ପ୍ରତ୍ୟେକ୍ଷ ରାଜନୀତିକୁ ଓଲ୍ହେଇବି।